ଝାଡ଼ାବାନ୍ତି ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଝାଡାବାନ୍ତି ଆକ୍ରାନ୍ତ ଅଞ୍ଚଳ ଦାଣ୍ଡକୂଳ ଓ ତିଖିଲିଆରେ କେନ୍ଦ୍ରୀୟ ମେଡିକାଲ ଟିମ ଗୁରୁବାର ଅନୁଧ୍ୟାନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମୀକ୍ଷା କରିଥିବା ଜଣାଯାଇଛି । ଟିମର କେନ୍ଦ୍ରୀୟ ଡାକ୍ତର ଗୌତମ ଚୌଧୁରୀ, ଡାକ୍ତର ପ୍ରମିତ ଘୋଷ, ରାଜ୍ୟ ପକ୍ଷରୁ ଡାକ୍ତର ଶୁଭାଶିଷ ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଙ୍ଗୀତା ବଳ, ଜିଲ୍ଲା ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପାର୍ଥସାରଥି ମିଶ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ ଦାଣ୍ଡକୂଳ ଗ୍ରାମ ହଇଜା(କଲେରା) ଭୂତାଣୁ ଚିହ୍ନଟ ଆକ୍ରାନ୍ତଙ୍କ ଘରକୁ ଯାଇ ସେମାନଙ୍କ ଆକ୍ରାନ୍ତର କାରଣ ପଚାରି ବୁଝିବା ସହ, ମିଳିଥିବା ଚିକିସôା ସୁବିଧା, ପାନୀୟ ଜଳ ନମୁନା ପରୀକ୍ଷା, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ସୁଧୀର କୁମାର ନାୟକଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ମେଡିକାଲ ଟିମ ପରିସ୍ଥିତିର ସମୀକ୍ଷା କରିବା ସହ ପାନୀୟ ଜଳ ଉସôଗୁଡିକୁ ନିରନ୍ତର ବିଶୋଧନ କରିବା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ବିରୋଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତର ତପନ କୁମାର ବେହୁରିଆଙ୍କ ସହ ସ୍ଥାନୀୟ ଅଞ୍ଚଳର ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ଦୈନନ୍ଦିନ ଆକ୍ରାନ୍ତଙ୍କ ପରିସଂଖ୍ୟାନ, ପରିସ୍ଥିତି ଓ ଚିକିସôା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ବିପିଏମ ରଶ୍ମିରେଖା ପୃଷ୍ଟି, ଜନସ୍ୱାସ୍ଥ୍ୟ ଅଧିକାରୀ ପୃଥିରାଜ ପୋଥାଳ, ନବଘନ ଦାସ ପ୍ରମୁଖ କେନ୍ଦ୍ରୀୟ ମେଡିକାଲ ଟିମଙ୍କୁ ସହାୟତା କରିଥିଲେ ।