ବେଆଇନ ଗୋରୁ ଗାଡ଼ି ଜବତ
ଭଦ୍ରକ: ଭଦ୍ରକ ଟାଉନ ଓ ପୁରୁଣା ବଜାର ପୁଲିସ ଏକ ଗୋରୁ ବୋଝେଇ ଓଆର ୦୨ ଏଭି ୩୩୯୩ ପିକପ ଭ୍ୟାନ୍ କୁ ଜବତ କରିଛନ୍ତି । ତେବେ ଡ୍ରାଇଭର ଫେରାର ହୋଇଛି । ଟାଉନ ଥାନା ଅଧିକାରୀ ଓ ପୁଲିସ ଷ୍ଟାଫ ପିକଅପରୁ ୧୭ଟି ଗୋରୁ ବାହାର କରିଥିବା ବେଳେ ଚାରିଟି ଗୋରୁଙ୍କର ମୃତୁ୍ୟ ହୋଇଥିଲା । ୧୩ଟି ଗୋରୁଙ୍କୁ ମଇତାପୁର ଗୋଶାଳାରେ ନେଇ ଛାଡିଛି ପୁଲିସ ।