ବାଲିଗାଡି ଧକ୍କାରେ ଗାଈ ମୃତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଳଦାବାଙ୍କରେ ବେଆଇନ ବାଲିଗାଡି ଧକ୍କାରେ ଗର୍ଭଣୀ ଗାଈ ଶନିବାର ସକାଳ ୧୧ଟାରେ ମୃତୁ୍ୟବରଣ କରିଥିବା ଜଣାଯାଇଛି । ଓଡି ୨୨ ଜି ୯୪୦୫ ନଂ ହାଇୱା ଚାଳକ ଗାହି ଚାଳନା ସମୟରେ ମୋବାଇଲରେ କଥା ହେଉଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ଗାଈକୁ ଧକ୍କାଦେଇ ୧୦୦ ମିଟର ପର୍ଯ୍ୟନ୍ତ ହାଇୱା ଘୋଷାଡି ନେଇଥିଲା । ଫଳରେ ଗାଈଟି ଘଟଣା ସ୍ଥଳରେ ମୃତୁ୍ୟବରଣ କରିଥିଲା । କେତେକ ସ୍ଥାନୀୟ ଲୋକ ମୂଲଚାଲ କରି ହାଇୱାକୁ ଛାଡିଦେଇଥିବା ଜଣାଯାଇଛି ।