ପୁଲିସକୁ ଆକ୍ରମଣ, ଯୁବକ ଗିରଫ
ବାଣପୁର : ବାଣପୁର ୨୩ଜ୍ଝ୯ପୋଲିସ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟିକାରୀ ଯୁବକକୁ ପୋଲିସ ଗିରଫ କରିଛି । ତୁମୁରାପୁଟ ସେବା ସମବାୟ ସମିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଉଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ଥିଲେ । ଏହି ସମୟରେ ଭୁଷକାପଡାଇ ସଞ୍ଜୟ ବିଶ୍ୱାଳଙ୍କ ପୁତ୍ର ସତ୍ୟବାଦୀ ବିଶ୍ୱାଳ ବିଶୃଙ୍ଖଳା କରିବାରୁ ପୁଲିସ ତାଙ୍କୁ ବହୁବାର ଅନୁରୋଧ କରିବାରେ ସେ କାଯ୍ୟରତ ପୁଲିସକୁ ଆକ୍ରମଣ କରିବା ସହ ମାରି ଦେବାକୁ ଧମକ ଦେଇଥିଲା ଫଳରେ ସତ୍ୟବାଦୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବାଣପୁର ପୁୁଲିସ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ଅଙ୍ଗୀକାର ବଦ୍ଧ ଥିଲାବେଳେ, ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ନିଆ ଯିବ ।