ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ
ବାଲିଅନ୍ତା : ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରତିଭା ମାନେ ହେଉଛନ୍ତି ଆମ ଅଞ୍ଚଳର ତଥା ଆମ ବିଦ୍ୟାଳୟର ଗର୍ବ ଆଉ ଗୌରବ । ବାଲିଅନ୍ତା ବ୍ଲକ ପଞ୍ଚାୟତ ଉଚ୍ଚÿ ବିଦ୍ୟାଳୟ ଶିଶିଲୋର ସ୍କୁଲ ମହୋତ୍ସବ ୨୦୨୫ ପାଳିତ ହୋଇଛି । ସ୍କୁଲ ପ୍ରତିଷ୍ଠାତା ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ୍ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ମାନୀତ ଅତିଥି ତଥା ବିଜୟରାମ ମେଧାବୃତ୍ତି କମିଟିର ଅଧ୍ୟକ୍ଷ ଡ.ରାଧାନାଥ ପ୍ରହରାଜ ପ୍ରଭୃତି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ତାଙ୍କର ଉପଦେଶାତ୍ମକ ବକ୍ତବ୍ୟ ରଖିଥିଲେ । ପୁରଣପଧାନ ସରପଞ୍ଚ ଦୁର୍ଯ୍ୟଧନ ମଲ୍ଲିକ,ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ, ଶିକ୍ଷାବିତ୍ ନାରାୟଣ ବେହେରା, ସମାଜସେବୀ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ମାଣ ଶିକ୍ଷାନୁଷ୍ଠାନର ମୁଖ୍ୟ ସିଦେ୍ଧଶ୍ୱର ମହାନ୍ତି, ଛାତ୍ର ସଂସଦ ସଭାପତି ଉପେନ୍ଦ୍ର କୁମାର ବାରିକ, ଛାତ୍ର ସଂସଦ ସମ୍ପାଦକ ଇଂ. ସନ୍ତୋଷ ସେଠୀ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସଭାକୁ ଶିକ୍ଷକ ତ୍ସର୍ବେଶ୍ୱର ନାୟକ ପରିଚାଳନା କରିଥିବା ବେଳେ, ଶେଷରେ ଅନ୍ୟତମ ଶିକ୍ଷକ ହୃଦାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।