ଦୁର୍ଘଟଣା ଓ ତମାଖୁ ମୁକ୍ତ ଅଭିଯାନ

 କାକଟପୁର : ପ୍ରତ୍ୟେକ ଦିନ ଅଞ୍ଚଳରେ ଦୁର୍ଘଟଣାରେ କେତେ ଜୀବନ ଧନ ସମ୍ପଦ ନଷ୍ଟ ହେଉଛି ତାହା ଭାବିବା ନିଶ୍ଚିନ୍ତ ରୂପେ ଭୟାନକ । ଏହି ସଡକ ଦୁର୍ଘଟଣାର ମୁଖ୍ୟ କାରଣ ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଲେଇବା ସହିତ ବାଇକ ରାଇଡ଼ରମାନେ ହେଲମେଟ ବ୍ୟବହାର ନକରିବା, ଠିକ ସେହିପରି ଟବାକୋ  ଖାଇ ଅନେକ ଲୋକ କର୍କଟ ରୋଗରେ ପଡି ଜୀବନ ସହିତ ଯୁଦ୍ଧ କରୁଥିବାବେଳେ ଅନେକ ପ୍ରାଣ ହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଅସ୍ତରଙ୍ଗ ବ୍ଲକ ଉକୁଳେଇ ମହାତ୍ମା ଗାନ୍ଧୀ କଲେଜର ଏନଏସ୍ଏସ୍ ବିଭାଗରେ ଛାତ୍ରଛତ୍ରୀ ଓ କର୍ତ୍ତୃପକ୍ଷମାନେ ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା ରୋକିବା ଓ ଟବାକୋ ମୁକ୍ତ ଜୀବନ ପାଇଁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଛନ୍ତି । ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଧିକାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର, ମମତା ସ୍ୱାଇଁ, ପ୍ରସନ୍ନ କୁମାର ଛାଟୋଇ, ପ୍ରଶାନ୍ତ ବେହେରାଙ୍କ ସହ ୫୦ରୁ ଅଧିକ ଛାତ୍ରଛତ୍ରୀ ଯୋଗ ଦେଇଥିଲେ । ଉକୁଳେଇ ମହାତ୍ମାଗାନ୍ଧୀ କଲେଜ ସମ୍ମୁଖରୁ ଏକ ପଦଯାତ୍ରାରେ ବାହାରି ମୁଖ୍ୟ ରାସ୍ତାରେ ଆସୁଥିବା ଗାଡି ଚାଳକମାନଙ୍କୁ ଅଟକାଇ ହେଲମେଟ ଓ ସିଟ ବେଲ୍ଟ ବାନ୍ଧିବାକୁ ସଚେତନତା କରାଇବା ସହ ଗୁଟଖା ଖାଉଥିବା ଲୋକ ଟବାକୋ ନଖାଇବାକୁ ପରାମର୍ଶ ଦେଇଛନ୍ତି ।