ପୋଲିସର ଡବଲ୍ ଏନ୍କାଉଣ୍ଟର
କଟକ କମିଶନରେଟ ପୋଲିସର ଏନ୍କାଉଣ୍ଟର। ଗୁଳିମାଡ଼ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ଅପରାଧୀଦ୍ୱୟ ହେଲେ ସଂଗ୍ରାମ ରାଉତ ଓରଫ କଟାସ ଏବଂ ଶୁଭ୍ରାଂଶୁ ପରିଡ଼ା ଓରଫ ଜୁବୁଲା। ସଂଗ୍ରାମଙ୍କ ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାଙ୍କ ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ। ଉଭୟ ଡକାୟତି, ଲୁଟ୍ପାଟ ଭଳି ଏକାଧିକ ମାମଲାରେ ଜଡ଼ିତ ଥିଲେ। ସୂଚନାନୁଯାୟୀ, କଟାସ ଏବଂ ଜୁବୁଲାଙ୍କୁ ଧରିବା ପାଇଁ ପୋଲିସ ପିଛା କରୁଥିଲା। ଚୌଦ୍ୱାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଅପରାଧୀ ପୋଲିସକୁ ଦେଖି ପ୍ରଥମେ ଆକ୍ରମଣ କରିଥିଲେ। ସ୍ଥିତି ବିଗିଡ଼ି ଯିବାରୁ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ଦୁହିଁଙ୍କ ଗୋଡ଼ରେ ଗୁଳି ବାଜଥିବା ବେଳେ ଚିକିତ୍ସା ଲାଗି ସେମାନଙ୍କୁ ଏସ୍ସିବି ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି।