ସ୍ୱାଧୀନତା ଦିବସରେ ବିଶେଷ ଅତିଥି ସୁକାନ୍ତୀ ଜେନା ଓଡିଶାରୁ ଏକମାତ୍ର ଆଶାକର୍ମୀ, ଦିଲ୍ଲୀରୁ ଡକରା
ାାପ୍ରଭାନୁ୍ୟଜାା ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ବିଭିନ୍ନ ସ୍ଥାନରେ ପରେଡ୍ ରିହର୍ସାଲ୍ ଆରମ୍ଭ ହୋଇଯାଇଛି । ଏଥର ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଅତିଥି ହେବେ ପୁରୀ ଚନ୍ଦନପୁର ତଳଜଙ୍ଗ ଗାଁର ଆଶାକର୍ମୀ ସୁକାନ୍ତୀ ଜେନା । ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କୁ ବିଶେଷ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ସେ ଦିଲ୍ଲୀର ଅନ୍ୟ ଅତିଥିଙ୍କ ଗହଣରେ ବସି ପରେଡ୍ ଉସôବ ଦେଖିବାର ସୁଯୋଗ ପାଇବେ । ଏନେଇ ଜାତଞ୍ଚ?? ମିଶନ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ନିମନ୍ତ୍ରଣପତ୍ର ଆସିଛି । ଆସନ୍ତା ୧୩ ତାରିଖରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନେକ ଯୋଜନାକୁ ସୁକାନ୍ତୀ ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି । ମ୍ୟାଲେରିଆ, ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି । ଓଡିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ସେହିପରି ଏଏନଏମ ଭାବେ କେନ୍ଦୁଝରର ଦମୟନ୍ତୀ ରାଉତଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର ।?