୪ କୁଖ୍ୟାତ ଶିକାରୀ ଗିରଫ

ମୟୂରଭଞ୍ଜ :ମୟୂରଭଞ୍ଜ ଜିଲ୍ଲାର ଉଦଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବନ ବିଭାଗ ୪ କୁଖ୍ୟାତ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀମାନେ ହେଲେ ମହାତୋ କିସ୍କୁ, ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ ଓ ସାରୁ ମୁର୍ମୁ ପ୍ରାୟ ଅଢେଇ ବର୍ଷ ତଳେ ମହାତୋ କିସ୍କୁଙ୍କଠାରୁ ମହାବଳ ବାଘ ଚମଡ଼ାକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ମାତ୍ର ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ଏବେ ବନ ବିଭାଗ ତାଙ୍କୁ କାବୁ କରିଥିବା ବେଳେ ଧରିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍କକୁ ହସ୍ତାନ୍ତର କରିବ ବୋଲି କୁହାଯାଇଛି।ସେହିପରି ଥୁପୁଲ ହେମ୍ବ୍ରମଙ୍କୁ ପଚରାଉଚରା କରାଯିବାରୁ ସେ ବି ମହାବଳବାଘ ଶିକାର କରିଥିବା ସ୍ୱୀକାର କରିଥିଲେ। ତାଙ୍କ ନିକଟରୁ ୪ ମହାବଳବାଘ ର ଦାନ୍ତ , କିଛି ନିଶ ,ଦେଶୀ ବନ୍ଧୁକ ସହ ବାରୁଦ ଏବଂ ୮୦ରୁ ଅଧିକ ତୀର ଜବତ୍ କରାଯାଇଛି।
ସେହିପରି ଶିକାର ଉଦ୍ଦେଶ୍ୟରେ ଘରେ ବନ୍ଧୁକ ରଖିଥିବା ଅଭିଯୋଗରେ ଅନ୍ୟ ଦୁଇ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ମାନିକପୁର ଅଞ୍ଚଳ ର ନିତାଇ ମୁର୍ମୁ ଏବଂ ସାରୁ ମୁର୍ମୁ।