ଦାଦାର ଏଟିଏମ୍ ଚୋରୀ କରି ୨ଲକ୍ଷ ୨୮ ହଜାର ଚଳୁ ; ପୁତୁରା ଗିରଫ

ଦାଦାର ଏଟିଏମ୍ ଚୋରୀ କରି ୨ଲକ୍ଷ ୨୮ ହଜାର ଚଳୁ ; ପୁତୁରା ଗିରଫ

ଭୁବନେଶ୍ୱର  : ଦାଦା ଘରକୁ ଆସି ଦାଦାଙ୍କ ଏଟିଏମ କାର୍ଡକୁ ଚୋରୀ କରି ତାର ପିନ୍ କୋର୍ଡକୁ ବଦଳାଇ ଆକାଉଣ୍ଟରୁ ୨ ଲକ୍ଷ ୨୮ ହଜାର ଟଙ୍କା ଚଳୁ କରିଥିବା ଅଭିଯୋଗରେ ପୁତୁରା ଗିରଫ । ଗିରଫ କଲା ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଜଟଣୀ ତିରିମାଲ ଗ୍ରାମର ବିକ୍ରମ ଭୋଇ । ତାଠାରୁ ପୁଲିସ ୪ ହଜାର ଟଙ୍କା, ଏକ ନୂଆଁ ଫୋନ, କିଛି ଡ଼ିପୋଜିଟ୍ ସ୍ଲିପ୍ ଜବତ କରାଯାଇଛି । ପରେ ଥାନା କେସ ନମ୍ବର ୯୧ରେ ମାମଲା ରୁଜୁକରି ଦଫା ୩୮୦ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଅପର୍ତ୍ତି ଭୋଇ ନିଜ ଜମି ବିକ୍ରି କରି ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ରଖିଥିଲେ । ଗତ ୫.୦୨.୨୦୨୪ ତାରିଖରେ ତାଙ୍କ ପୁତୁରା ବିକ୍ରମ ଭୋଇ ତାଙ୍କ ଘରକୁ ଆସିଥିଲା ଏବଂ ଦାଦାଙ୍କ ଆକାଉଣ୍ଟରେ ଟଙ୍କା ଥିବାର ଜାଣିବାକୁ ପାଇ ଚୋରୀ ଉଦେଶ୍ୟରେ ଦାଦାଙ୍କ ଫୋନ୍ ଜରିଆରେ ଏଟିଏମ କାର୍ଡ ପିନ୍ କୁ ବଦଳାଇ ଗତ ୭.୨.୨୦୨୪ ରିଖରୁ ୧୮ ରିଖ ମଧ୍ୟରେ ବିଭିନ୍ନ ଏଟିଏମରୁ ମୋଟ ୨ ଲକ୍ଷ ୨୮ ହଜାର ୫୦୦ ଟଙ୍କା ଉଠାଇ ନେଇଯାଇଥିଲା । ପରେ ଗତ ୨୮.୨.୨୦୨୪ରେ ଦାଦା ତାଙ୍କ ଆକାଉଣ୍ଟ ଚେକ କରିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଦାଦା ଅଭିଯୁକ୍ତ ପୁତୁରାକୁ ପଚାରିବାରୁ ସେ ଦାଦାକୁ ଭାଷାରେ ଗାଳିଗୁଲଜ କରିଥିଲା । ଏନେଇ ଅଭିଯୋଗକାରୀ ଦାଦା ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି ।