ଶହେ ଟଙ୍କା ସାହାର୍ଯ୍ୟ ମାଗି ବେକରୁ ଝାମ୍ପିନେଲା ସୁନା ଚେନ୍ ; ଲୁଟେରା ଗିରଫ
ଭୁବନେଶ୍ୱର: ରାସ୍ତା ଉପରେ ନିଜର କାରର ଟାୟାର ସଜାଡ଼ିବାରେ ବ୍ୟସ୍ତ ଥିବା ବେଳେ, ଅଭିଯୁକ୍ତ ଜଣକ ପାଖକୁ ଆସି ୧୦୦ଟଙ୍କା ସାହାର୍ଯ୍ୟ ମାଗିଥିଲା । ହେଲେ ଅଭିଯୋଗକାରୀ ମନା କରିବାରୁ ସେ ହଠାତ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ଝାମ୍ପିନେଇ ଦୌଡ଼ି ପଳାଇଥିଲା । ତାକୁ ଯେତେ ବିଛା କରିଥିଲେ ମଧ୍ୟ ଆଉ ପାଇନଥିଲେ ଅଭିଯୋଗକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୁଲିସ ୧୧୮ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ସୁନା ଚେନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ଚନ୍ଦକା ଥାନା ଅଧିନ କୁକୁଡାମୁଣ୍ଡିର ସୁନିଆ ବେହେରା । ପରେ ଦଫା ୩୯୨ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ କାଲି ମଧ୍ୟାହ୍ନରେ ଅଭିଯୋଗକାରୀ ଭି ସ୍ୱପ୍ନେଶ୍ୱର ରାଜୁ କୁକୁଡାଖଣ୍ଡି ଗାଁ ରାସ୍ତାରେ ନିଜ କାରର ଟାୟାର ସଜାଡିବାରେ ବ୍ୟସ୍ତ ଥିବା ବେଳେ, ଅଭିଯୁକ୍ତ ଜଣକ ପାଖକୁ ଆସି ୧୦୦ଟଙ୍କା ସାହାର୍ଯ୍ୟ ମାଗିଥିଲା । ହେଲେ ଅଭିଯୋଗକାରୀ ତାକୁ ଟଙ୍କା ଦେବାକୁ ମନା କରିଥିଲେ । ଏହି ସମୟରେ ହଟାତ ଅଭିଯୁକ୍ତ ଜଣଙ୍କ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିଲା । ସେତିକି ବେଳେ ଅଭିଯୋଗକାରୀ ଅଭିଯୁକ୍ତର ପିଛା କରିଥିଲେ ମଧ୍ୟ ଆଉ ତାକୁ ପାଇନଥିଲେ । ଫଳରେ ସେ ଚନ୍ଦକା ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ।