୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ ପରେ ୨ ଘଣ୍ଟାରେ ବେଲ

୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ ପରେ ୨ ଘଣ୍ଟାରେ ବେଲ
୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ ପରେ ୨ ଘଣ୍ଟାରେ ବେଲ
୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ ପରେ ୨ ଘଣ୍ଟାରେ ବେଲ
୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ ପରେ ୨ ଘଣ୍ଟାରେ ବେଲ
  • କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣା
    ନ୍ୟାୟ ଦାବିରେ ଆନେ୍ଦାଳନକୁ ଓହ୍ଲାଇଲେ ରାଜଧାନୀର ସମସ୍ତ ଥାନାର ପୁଲିସ
  • ପୁଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ ସଂଘ
  • ୧୨୦ ବାଟାଲିୟନ ସମ୍ମୁଖରେ ଧାରଣା ଦେଲେ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ପରିବାର
     ଭୁବନେଶ୍ୱର, ୨୧ା୯ : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ କ୍ୟାପଟେନ୍ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଗତକାଲି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ,  କ୍ୟାପଟେନ୍ଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାଯାଇଛି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ଡିଜି ୱାଇ.ବି. ଖୁରାନିଆ ନିଦେ୍ର୍ଦଶ ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚ ଭରତପୁର  ଥାନାକୁ ଯାଇ ଖୋଳତାଡ କରିବା ସହ ନିଲମ୍ବିତ ଆଇଆଇସି ଓ ୪ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଡ଼ିଜିପିଙ୍କ କଡ଼ା ନିଦେ୍ର୍ଦଶ ପରେ ଡ଼ିସିପିଙ୍କ ନେତୃତ୍ୱରେ ପଥରଗାଡିଆ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଆଧାର କରି କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କ ସହ  ୭ ଜଣ ରୋଡ ରୋମିଓ ସହ ଗଣ୍ଡଗୋଳ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗତ ଶୁକ୍ରବାର ରାତିରେ ଗିରଫ କରାଯାଇଥିବା ବେଳେ ଆଜି ସମସ୍ତଙ୍କୁ ଥାନା କେସ ନମ୍ବର ୩୧୫, ଦଫା, ୧୨୬(୨), ୧୧୫(୨), ୧୧୭(୨), ୨୯୬/୩(୫) ବିଏନଏସ୍ରେ କୋର୍ଟ ଚାଲାଣ କରାଯାଇଛି । ୭ ଇଞ୍ଜିନିଂୟରି ଛାତ୍ର ହେଲେ, ରାକେଶ ନାୟକ, ଅଭିଳାସ ସାମନ୍ତ, ଅମନ କୁମାର, ଆଦିତ୍ୟ ରଞ୍ଜନ ବେହେରା, ଆକାଶ ପଢ଼ିଆରି, ହରିସ ମହନ୍ତ ଓ ଆଶିଷ କୁମାର ସ୍ୱାଇଁ । ସେମାନଙ୍କ ଠାରୁ ୨ଟି କାର ଓ ୧୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ପରେ ସେମାନଙ୍କର ଦଫା ୭ ବର୍ଷରୁ କମ ରହିଥିବାରୁ ପୁଲିସ ଥାନାରୁ ୪୧ ସିଆରପିସିରେ ଛାଡିବା ବଦଳରେ କୋର୍ଟ ଚାଲାଣ କରିବା ନେଇ ଅଦାଲତ ବିରକ୍ତି ପ୍ରକାଶ କରିବା ସହ ସମସ୍ତଙ୍କୁ କୋର୍ଟରୁ ହିଁ ଜାମିନ୍ ପ୍ରଦାନ କରିଦେଇଥିଲେ । 
    ଅନ୍ୟପଟେ ଏକତରଫା ବିଚାର କରି ୫ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଓ ଓଡ଼ିଶା ପୁଲିସ ବିଭାଗକୁ ବଦନାମ କରାଯାଇଥିବା ନେଇ ଆଜି ପୁଲିସ କମିଶନର ସଞ୍ଜୀବ୍ ପଣ୍ଡାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ସଂଘ । ଏହାସହ ୧୨୦ ବାଟାଲିୟନ ସମ୍ମୁଖରେ ନ୍ୟାୟ ଦାବିରେ ଧରଣାଦେଲେ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ପରିବାର । ସେପଟେ ରାଜଧାନୀର ୨୦୦ରୁ ଅଧିକ ବିଭିନ୍ନ ଥାନାର ଆଇଆଇସି, ଏସିପି, ଏସଆଇ, ଏଏସଆଇ, କନଷ୍ଟେବଳ, ହାବିଲଦାର, ଅତିରିକ୍ତ ଡ଼ିସିପି ପାହ୍ୟର ପୁଲିସ ଅଧିକାରୀମାନେ ମିଶି ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବିରେ ଆଜି ସନ୍ଧ୍ୟା ୫ଟା ବେଳେ ଜୟଦେବ ବିହାର ଛକ ରିଜର୍ଭ ପଡ଼ିଆ ଠାରେ ଏକତ୍ରିତ ହୋଇ ନୀରବ ପ୍ରତିବାଦ କରିଥିବା ଦେଖାଯାଇଛି । ପୁଲିସ ଅଧିକାରୀ ମାନଙ୍କ କହିବା ଯଦି ଆମେ ନିଜ ପରିବାରକୁ ଭୁଲି ଦିନ ରାତି ଲୋକଙ୍କ ସେବାରେ ରହି ମଧ୍ୟ କଳଙ୍କର ବୋଝକୁ ନିଜ ମୁଣ୍ଡରେ ନେବୁ ଓ ସମୟ ଆସିଲେ ବିନା ଦୋଷରେ ନିଲମ୍ବିତ ହେବୁ ତାହାହେଲେ କଳଙ୍କ ମୁଣ୍ଡାଇ କାମ କରିବା ଅପେକ୍ଷା ଚାକିରି ଛାଡିବାକୁ ପସନ୍ଦ କରିବୁ ବୋଲି ସମସ୍ତ ପୁଲିସ ଅଧିକାରୀ କହିଛନ୍ତି । ସମସ୍ତଙ୍କ କହିବା ନିରପେକ୍ଷ ତଦନ୍ତ କରାଯାଉ ପ୍ରକୃତ ଘଟଣା ପଦାକୁ ଆସିବା ଦରକାର, ହେଲେ ଏକ ତରଫା ଭାବେ ଉପରସ୍ଥ ଅଧିକାରୀମାନେ ଏଭଳି ପଦକ୍ଷେପକୁ ଆମେ ନିନ୍ଦା କରୁଛୁ । 
     ସୂଚନା ଯୋଗ୍ୟଯେ, ଘଟଣା କ୍ରମେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ କ୍ୟାପଟେନ୍ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । କିନ୍ତୁ ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ । ତାହାରି ଭିତରେ ଗୁରୁବଂଶଙ୍କୁ ରାତି ତମାମ ରଖିଥିଲା ପୁଲିସ । ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି କୁକର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ  । ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଅନ୍ୟପଟେ ଭୁବନେଶ୍ୱର ଏମ୍ସରେ ଚିକିସôାଧୀନ ଥିବା ସେନା ଅଧିକାରୀଙ୍କ ବାନ୍ଧବୀ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୁଲିସର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ତତ୍କ୍ଷଣାତ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଥିଲା ।