ହତ୍ୟା ଓ ଡକାୟତି ଘଟଣାର ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ହତ୍ୟା ଓ ଡକାୟତି ଘଟଣାର ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ


ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର : ନବରଙ୍ଗପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ହତ୍ୟା ଓ ଡକାୟତି ଭଳି ସଙ୍ଗିନୀ ଘଟଣାରେ ସଂଶ୍ଳିଷ୍ଟ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ । ଏକ ନାଟକୀୟ ଢଙ୍ଗରେ ଜିଲ୍ଲା ପୋଲିସର ମୋଷ୍ଟ ୱାଣ୍ଟଡ଼ ଅପରାଧୀ ଭୁବନ ଗିରଫ ହୋଇଛି । ଗତରାତିରେ ନବରଙ୍ଗପୁର ସଦର ପୋଲିସ ପକ୍ଷରୁ ନବରଙ୍ଗପୁର ସହର ଠାରେ ପେଟ୍ରୋଲିଂ କରିବା ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ ମାରୁତି ଅଲ୍ଟୋ ଗାଡି ପୋଲିସକୁ ଚକମା ଦେଇ ଖସି ଯାଉଥିଲା । ଏହି ସମୟରେ ନବରଙ୍ଗପୁର ପୋଲିସ ଗାଡିକୁ ପିଛା କରି ଗାଡିକୁ ଧରିଥିଲେ । ତେବେ, ଗାଡିର ଡ୍ରାଇଭର ତା ପରିଚୟ ନବରଙ୍ଗପୁର ସହର ସେନାପତି ସାହିର ଭୁବନ ଗରଡ଼ା ବୋଲି କହିଥିଲା ।  ଯାଞ୍ଚ ସମୟ ରେ ପୋଲିସ ଗତ ଜୁଲାଇ ୨୦୨୨ ମସିହାରେ ନବରଙ୍ଗପୁର ସହର ଗଦବାଗୁଡା ସାହିର ଶେଖ ନିଜାମ ହତ୍ୟାକାଣ୍ଡର  ଫେରାର ଥିବା ମୁଖ୍ୟ ଅଭିଯୁକ୍ତ  ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଗାଡିକୁ ଟିକିନିଖି ଯାଞ୍ଚ କରି ତା ନିକଟରୁ ଏକ ଦେଶୀ ବନ୍ଧୁକ ସହ ୪ଟି ଅଫୁଟା ଜୀବନ୍ତ ଗୁଳି, ଗୋଟିଏ ଚାକୁ, ନମ୍ବର ବିହୀନ ମାରୁତି ଅଲ୍ଟୋ କାର, ଦୁଇଟି ମୋବାଇଲ ଫୋନ, ପାଞ୍ଚଟି ସୀମ ଓ ଚାରୋଟି ନମ୍ବର ପ୍ଲେଟ ଜବତ କରିଛି । ନବରଙ୍ଗପୁରର ଶେଖ ନିଜାମ ହତ୍ୟାକାଣ୍ଡ ସହିତ ଡାବୁଗାଁ ହାଟ ରେ ଏକ ଗୋରୁ ବେପାରୀ ଠାରୁ ୨୮ ଲକ୍ଷ ଟଙ୍କା ଡକାୟତି ଘଟଣା ରେ ସଂଶ୍ଳିଷ୍ଟ ଥିବା ସହ ନବରଙ୍ଗପୁର ଥାନା ଓ ଡାବୁଗାଁ ଥାନା ରେ ତା ନାଁ ରେ ୭ଟି ମାମଲା ରହିଥିବା ନବରଙ୍ଗପୁର ଏସ ଡି ପି ଓ   କୃଷ୍ଣଚନ୍ଦ୍ର ଭତରା କହିଛନ୍ତି । ଅପରାଧୀ ଭୁବନ ଗରଡ଼ାକୁ ନବରଙ୍ଗପୁର ପୋଲିସ କୋର୍ଟଚାଲାଣ କରିଛି ।