ଅସହ୍ୟ ଶୀତ: ୪ ଡିଗ୍ରୀରେ ଥରିଲା କନ୍ଧମାଳ ଜି.ଉଦୟଗିରି
ସାରା ରାଜ୍ୟରେ ଶୀତ ଲହରି । ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ତଳେ ୮ ସହର । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ୪ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସେହିପରି ଫୁଲବାଣୀରେ ୭.୫, ରାଉରକେଲାରେ ୮.୭, କୋରାପୁଟରେ ୮.୮, ଝାରସୁଗୁଡ଼ା ଓ ଅନୁଗୁଳରେ ୯ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୯.୫, ଭବାନୀପାଟଣାରେ ୯.୯ ଡିଗ୍ରୀ ତାପମାତ୍ରା ରହିଛି । କେନ୍ଦୁଝରରେ ୧୦.୪, ହୀରାକୁଦରେ ୧୧.୬, ସମ୍ବଲପୁରରେ ୧୧.୯, ଭୁବନେଶ୍ବରରେ ୧୨.୭ ତାପମାତ୍ରା ରେକର୍ଡ଼ ହୋଇଛି ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ମଧ୍ୟ ଘନ କୁହୁଡ଼ି ସହ ପ୍ରବଳ ଶୀତ ଲହରି ଜାରି ରହିଛି । ରାତି ତାପମାତ୍ରା ୧୦ରୁ୧୨ ଡିଗ୍ରୀ ତାପମାତ୍ରା ରହୁଛି । ସକାଳୁ ସକାଳୁ ସ୍କୁଲ୍ ପିଲା ସ୍କୁଲ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।