ଅରୁଣଙ୍କ ନିଯୁକ୍ତି ଉପରେ ଲାଗିଲା ମୋହର
arun sarangi Police DGP

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ଗତ ସେପ୍ଟେମ୍ବର ୨୭ରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷ ନିଯୁକ୍ତିଙ୍କୁ ଅନୁମୋଦନ କରାଯାଇଛି ।