ଆଜି ପରାକ୍ରମ ଶୋଭାଯାତ୍ରା


 ଭୁବନେଶ୍ୱର:  ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ଜଣାଇବା ନିମନ୍ତେ ଏକ ପରାକ୍ରମ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ଆସନ୍ତାକାଲି ସକାଳ ସାଢ଼େ ୭ଟାରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଏହା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିବେ । ସୂଚନାଯୋଗ୍ୟଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଏହାର ଆତଙ୍କୀ ଆଡ୍ଡାଗୁଡ଼ିକୁ ଉଡ଼ାଇ ଦିଆଯାଇଛି  । ସେହିପରି ପାକ୍ର ସମସ୍ତ ଆକ୍ରମଣ ଯୋଜନାକୁ ବି ଭାରତ ପଣ୍ଡ କରିଦେଇଛି  ।