ଜନସାଂଖି୍ୟକ ବିଭାଜନ ଓ ଜନ୍ମହାର ପ୍ରସଙ୍ଗ

ଡା.ଶୁଭଶ୍ରୀ ମିଶ୍ର : ଭାରତରେ ପ୍ରଜନନ ହାର ହ୍ରାସ ପାଉଛି । ୧୯୫୦ ମସିହାରୁ ୨୦୨୧ ମସିହା ମଧ୍ୟରେ ଦେଶର ପ୍ରଜନନ ହାର ୬.୨ରୁ ୨ ପ୍ରତିଶତକୁ ଖସିଛି । ୨୦୨୦ ମସିହା ବେଳକୁ ଏହି ହାର ୧.୨୯ ଏବଂ ୨୧୦୦ ମସିହା ବେଳକୁ ୧ ମଧ୍ୟକୁ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଲାନ୍ସେଟ୍ ପତି୍ରକାରେ ପ୍ରକାଶିତ ସଦ୍ୟତମ ବିଶ୍ୱସ୍ତରୀୟ ଅନୁସନ୍ଧନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ସଂଖ୍ୟା ବିଶ୍ୱସ୍ତରୀୟ ପ୍ରଜନନ ଧାରା ସହ ତାଳ ଦେଇ ହ୍ରାସ ପାଉଛି । ୧୯୫୦ ମସିହାରେ ବିଶ୍ୱର ମୋଟ୍ ପ୍ରଜନନ ହାର ପ୍ରତି ମହିଳା ପିଛା ପିଲାଙ୍କ ସଂଖ୍ୟା ୪.୮ ପ୍ରତିଶତକୁ ଅଧିକ ଥିଲା । ୨୦୨୧ ମସିହାରେ ଏହା ହ୍ରାସ ପାଇ ପ୍ରତି ମହିଳାଙ୍କ ପିଛା ପିଲାଙ୍କ ସଂଖ୍ୟା ୨.୨ ହେଲା । ଏହି ସଂଖ୍ୟା ୨୦୫୦ ଓ ୨୧୦୦ ମସିହା ବେଳକୁ ଯଥାକ୍ରମେ ୧.୮ ଓ ୧.୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି । ଅଧ୍ୟୟନରୁ ଜଣାପଡ଼ିଲା, ୨୦୨୧ ମସିହାରେ ବିଶ୍ୱରେ ୧୨.୯ କୋଟି ଶିଶୁ ଜନ୍ମ ହୋଇଥିଲେ । ୧୯୫୦ ମସିହାଠାରୁ ଏହି ସଂଖ୍ୟାରେ ପ୍ରାୟ ୯.୮ କୋଟି ବୃଦ୍ଧି ହୋଇଥିଲା ବେଳେ ୨୦୧୬ ମସିହାରେ ୧୪.୨ କୋଟି ଶିଖରକୁ ପହଞ୍ଚôବା ପରେ ପତନ ହୋଇଛି । ଭାରତରେ ୧୯୫୦ ମସିହାରେ ୧.୬ କୋଟିରୁ ଅଧିକ ଶିଶୁ ଏବଂ ୨୦୨୩ ମସିହାରେ ୧.୨ କୋଟିରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ । ୨୦୫୦ ମସିହାରେ ଏହି ସଂଖ୍ୟା ୧.୩ କୋଟିକୁ ହ୍ରାସ ପାଇବ ବୋଲି ଅଧ୍ୟୟନ ଅନୁମାନ କରିଛି । ପୃଥିରେ ଅଧିକାଂଶ ଦେଶ କମ୍ ପ୍ରଜନନ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଅନେକ କମ୍ ଆୟଯୁକ୍ତ ଦେଶ ଏକବିଂଶ ଶତାବ୍ଦୀରେ ଉଚ୍ଚ ପ୍ରଜନନ ସମସ୍ୟାର ସମ୍ମୁଖୀନ ହବେ । ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜି୍ (ଜିବିଡି) ୨୦୨୧ ଫଟିଲିଟି ଆଣ୍ଡ ଫୋରକାଷ୍ଟିଂ ଗୋଲାବରେଟର୍ସର ଅନୁସନ୍ଧାନକାରୀମାନେ ଏହା କହିଛନ୍ତି ।
ତଥ୍ୟର ରିପୋର୍ଟ ଅନୁଯାୟୀ ଖାସ୍ କରି ପାଶ୍ଚାତ୍ୟ ଓ ପୂର୍ବ ଉପସାହାରା ଆଫି୍ରକାର ନିମ୍ନ-ଆୟଯୁକ୍ତ କ୍ଷେତ୍ରରେ ଉଚ୍ଚ ପ୍ରଜନନ ଯୋଗୁ ବିଶ୍ୱ ଜନସଂଖ୍ୟା ମାମଲାରେ ବିଭାଜିତ ହେବ । ନିମ୍ନ-ଆୟଯୁକ୍ତ ଦେଶ ସମେତ ବିଶ୍ୱର ସବୁଠୁ ଗରିବ ଦେଶମାନଙ୍କରେ ଅଧିକାଂଶ ଶିଶୁ ଜନ୍ମ ନେବେ । ଏହା ଫଳରେ ବିଶ୍ୱର ଶିଶୁ ଜନ୍ମହାର ୨୦୨୧ ମସିହାରୁ ୨୧୦୦ ମସିହା ମଧ୍ୟରେ ୧୮ ପ୍ରତିଶତରୁ ୩୫ ପ୍ରତିଶତ ଆପାତତଃ ଦୁଇଗୁଣ ହେବ । ଜଳବାୟୁ ପରିବର୍ତ୍ତନ ସ୍ଥିତି ଦିନକୁ ଦିନ ବିଗିଡ଼ୁଥିଲା ବେଳେ ଉଚ୍ଚ ପ୍ରଜନନ ହାରଯୁକ୍ତ ନିମ୍ନ-ଆୟବର୍ଗ ଅନେକ ଦେଶ ବାରମ୍ବାର ବନ୍ୟା, ମରୁଡ଼ି ଓ ଚରମ ଉତ୍ତାପର ସମ୍ମୁଖୀନ ହେବେ । ଏ ସମସ୍ତ ଦେଶ ଉକ୍ରଟ ଖାଦ୍ୟ, ଜଳ ଓ ଅନ୍ୟ ଉତ୍ସଗୁଡ଼ିକ ସଙ୍କଟ ସାମ୍ନା କରିବେ । ସେତିକି ନୁୁହେଁ ଉତ୍ତାପ ସମ୍ପର୍କିତ ଅସୁସ୍ଥତା ଓ ମୃତୁ୍ୟ ଆଶଙ୍କା ମଧ୍ୟ ନାଟକୀୟ ରୂପେ ବୃଦ୍ଧି ପାଇବ । ବିଶ୍ୱ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଜନନ ହାର ଅର୍ଥନୀତି, ରାଜନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ଅଧ୍ୟୟନରେ ଗବେଷକମାନେ ଚେତାଇ ଦେଇଛନ୍ତି । ସେଥିମଧ୍ୟରୁ ନିମ୍ନ-ଆୟଯୁକ୍ତ କ୍ଷେତ୍ର ଦ୍ୱାରା ଅନୁଭବ କରାଯାଇଥିବା ପ୍ରଭାବ ମଧ୍ୟରେ ସ୍ପଷ୍ଟ ଜନସାଂଖି୍ୟକ ବିଭାଜନ ମାଧ୍ୟମରେ ସେମାନେ ଏହି ଚିତ୍ର ଦର୍ଶାଇଛନ୍ତି । ବୟସ୍କ ଜନସଂଖ୍ୟା ବୃଦ୍ଧି ଆହ୍ୱାନର ମୁକାବିଲା ନିମନ୍ତେ ସରକାର ଯେପର୍ଯ୍ୟନ୍ତ ଅଭିନବ ମୁକାବିଲା ନିମନ୍ତେ ସରକାର ଯେପର୍ଯ୍ୟନ୍ତ ଅଭିନବ ଉପାୟ ଆପଣେଇ ନାହାନ୍ତି, ଏହି ଜନସାଂଖି୍ୟକ ବିଭାଜନ ଜାତୀୟ ସ୍ୱାସ୍ଥ୍ୟ ବୀମା, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଅଧିକ ଚାପ ପକାଇବ । ଉଚ୍ଚ ପ୍ରଜନର ହାରଯୁକ୍ତ ନିମ୍ନ-ଆୟବର୍ଗ କ୍ଷେତ୍ରରେ ଜନ୍ମହାରକୁ ସୀମିତ କରିବାପାଇଁ ଅନୁସନ୍ଧାନକାରୀମାନେ ନାରୀ ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ ପଦ୍ଧତିଗୁଡ଼ିକ ବିଷୟରେ ସଚେତନତା ଉପରେ ଜୋର ଦେଇଛନ୍ତି । ସେମାନଙ୍କ ଅନୁସାରେ, ଏହି  ଦୁଇଟି ପ୍ରଜନର ମୁଖ୍ୟ କାରକ । ବିଶ୍ୱସ୍ତରୀୟ ପ୍ରଜନନ ହାର ହ୍ରାସ ପାଉଥିବାବେଳେ ଆଗାମୀ ଅଦେଶ ଦଶନ୍ଧିରେ ପ୍ରଜନନ ହାର ଦ୍ରୁତ ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ୨୧୦୦ ବେଳକୁ ପାଖାପାଖି ୮୦ ବର୍ଷ ପରେ ଭାରତର ଜନସଂଖ୍ୟା ୩୦ କୋଟି ହ୍ରାସ ପାଇ ୧୦୦ କୋଟିରେ ପହଞ୍ଚôଥିବ । ସେହିପରି ମହିଳାମାନଙ୍କ ପ୍ରଜନନ କ୍ଷମତା ଅନୁପାତରେ ହ୍ରାସ ପାଇ ଏଭଳି ଘଟିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟସେବା ସଙ୍ଗଠନ ସୂଚୀତ କରିଛି । ଜାତିସଂଘର ଜନସଂଖ୍ୟା ବିଭାଗର ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାରେ ପ୍ରାୟତଃ ୨କୋଟି ହ୍ରାସ ଘଟିବ । ଗତ ୭୦ବର୍ଷ ମଧ୍ୟରେ ଭାରତର ସମଗ୍ର ପ୍ରଜନନ ଅନୁପାତରେ ଉଲ୍ଲେଖଯୋଗ୍ୟ ହ୍ରାସ ହୋଇଛି । 
ଆଜିକାଲି ମହିଳାମାନେ ଅତ୍ୟଧିକ ମୋଟା ହୋଇଯାଉଛନ୍ତି । ମେଦ ବୃଦ୍ଧି ଯୋଗୁଁ ହର୍ମୋନ ନିର୍ଗତ ହେବାରେ ବାଧା ସୃଷ୍ଟି ହୁଏ । ବିଶେଷ କରି ଗର୍ଭଧାରଣରେ ଏହା ସମସ୍ୟା ସୃଷ୍ଟି କରେ । ଅଧିକ ମୋଟା ହୋଇଯାଉଥିବା ମହିଳାଙ୍କ ଗର୍ଭାଶୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । ଏଥିପାଇଁ ମେଦବହୁଳ ମହିଳାଙ୍କ ଠାରେ ମା' ନହେବାର ସମସ୍ୟା ଦେଖାଯାଏ । ସେହିପରି ବୟସ ମଧ୍ୟ ପ୍ରଜନନ କ୍ଷମତାକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ବିଶେଷକରି ବୟସ୍କ ମହିଳାମାନେ ଅର୍ଥାତ୍ ୩୫ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ଶାରୀରିକ ଦୃଷ୍ଟିକୋଣରୁ ପ୍ରଜନନ କ୍ଷମତା କମି ଯାଇଥାଏ ।  ସାଧାରଣତଃ ବୟସ ଅଧିକ ହେଲେ ମହିଳାମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଏ । କମ୍ ବୟସ ମହିଳାଙ୍କ ଋତୁସ୍ରାବରେ ଅନିୟମିତତା ଦେଖାଗଲେ ମଧ୍ୟ ସେମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଏ । ସାଧାରଣତଃ ୩୫ ବର୍ଷ ବୟସରୁ ମା' ହେବାର ସମସ୍ୟା ଦେଖାଯାଏ । କାରଣ ଏଭଳି ସମସ୍ୟା ଦେଖାଦେଲେ ଡିମ୍ବାଣୁ ସଂଖ୍ୟା ହ୍ରାସ ପାଏ । ଏହାଦ୍ୱାରା ପ୍ରଜନନ କ୍ଷମତା କମିଯାଏ । ଅଧିକାଂଶ ମହିଳା ହୁଏତ ଜାଣିନଥାନ୍ତି ଯେ ସାଧାରଣରେ ମାମୁଲି ଲାଗୁଥିବା ଥାଇରଏଡ଼ର ପ୍ରଭାବରେ କେତେକ କ୍ଷେତ୍ରରେ ମହିଳାମାନେ ନିଜର ସନ୍ତାନ ଜନ୍ମ କରିବାର ବା ପ୍ରଜନନ କ୍ଷମତାରେ ସମସ୍ୟାକୁ ସାମ୍ନା କରିଥାନ୍ତି । -ସେହିପରି ଯୌନ ସମ୍ପର୍କ ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ଏକ ସ୍ୱାସ୍ଥ୍ୟଗତ କାରଣ ଭାବେ ଦେଖାଯାଇଥାଏ । ଯୌନ ସମ୍ପର୍କ ସମୟରେ ଯୌନାଙ୍ଗ ଯଦି ସଂକ୍ରମଣ ହୋଇ ଏଥିରେ ପ୍ରମେହ ରୋଗ ହୋଇଥିଲେ ପ୍ରଜନନ କ୍ଷମତା ହ୍ରାସ ପାଏ । ଫଳରେ ଦମ୍ପତି ସହଜରେ ପିତାମାତା ହୋଇପାରନ୍ତି ନାହିଁ । 
  ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ବା ହାଇସୋସାଇଟିରେ ଷ୍ଟାଟସ୍ ଦେଖାଇବା ହେଉ ବା ନିଜର ଅଭ୍ୟାସ, କେତେକ ମହିଳା ମଦ୍ୟପାନ ବା ପ୍ରଚୁର ଧୂମପାନ, କେହି କେହି ବିିଭିନ୍ନ ପ୍ରକାର ନିଶା ସେବନରେ ଅଭ୍ୟସ୍ତ ହୋଇଯାଇଥାନ୍ତି । କେତେକ କ୍ଷେତ୍ରରେ ଦେଖାଯାଏ ମହିଳାମାନେ ନିୟମିତ ଭାବରେ ପ୍ରତିଦିନ ନିଶାସେବନ କରିଥାନ୍ତି କିନ୍ତୁ ଏହା ସେମାନଙ୍କ ପ୍ରଜନନ କ୍ଷମତା ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । କେବଳ ସେତିକି ନୁହେଁ ଖୁବ୍ କମ୍ ଦିନରେ ସେମାନେ ପ୍ରଜନନ  କ୍ଷମତା ହରାଇଥାନ୍ତି । ମଦ୍ୟପାନ ଯୋଗୁଁ ମଧ୍ୟ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ । ମଦ୍ୟପାନ କରୁଥିବା ମହିଳାଙ୍କ ହର୍ମୋନ୍ରେ ସନ୍ତୁଳନ ରହେନାହିଁ । ଏହା ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ । ପ୍ରାୟ ୭ ହଜାର ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଦେଖାଯାଇଥିଲା ଯେ ଯେଉଁମାନେ ଅଧିକ ପରିମାଣରେ ମଦ୍ୟପାନ କରୁଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥିଲା । ଯେଉଁ ମହିଳାମାନେ ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି, ସେମାନେ ଚାହିଁଲେ ବି ଗର୍ଭଧାରଣ କରିପାରନ୍ତି ନାହିଁ । କାରଣ ସେମାନଙ୍କର ପ୍ରଜନନ କ୍ଷମତା ବହୁତ କମକ୍ । ଚିନ୍ତା ପ୍ରଜନନ ହର୍ମୋନର ସ୍ତରକୁ ବହୁତ କମେଇ ଦେଇଥାଏ । ତେଣୁ ଚିନ୍ତା ଦୂର କରିବା ପରେ ହିଁ ଜଣେ ମା' ହେବାର ଦକ୍ଷତା ଫେରି ପାଇଥାଏ । ସେହିପରି ଧୂମପାନ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ । ଆମେରିକାର ଏକ ସର୍ଭେରୁ ଜଣାପଡ଼ିଛି ପ୍ରାୟ ୧୩ ପ୍ରତିଶତ ମହିଳାଙ୍କ ଧୂମପାନ ଯୋଗୁଁ ପ୍ରଜନନ କ୍ଷମତା ହ୍ରାସ ପାଇଛି । ଧୂମପାନ କରୁଥିବା ମହିଳାଙ୍କ ସନ୍ତାନର ମଧ୍ୟ ପ୍ରଜନନ କ୍ଷମତା ହ୍ରାସ ପାଏ । ସିଗାରେଟରେ ଥିବା କେମିକାଲ ହର୍ମୋନକୁ ଅସନ୍ତୁଳନ କରିବା ସହ ଡିଏନ୍ଏ ଉପରେ ପ୍ରଭାବ ପକାଏ । ଉଭୟ ମହିଳା ଓ ପୁରୁଷ ଏଥିରେ ପ୍ରଭାବିତ ହୋଇଥାନ୍ତି । ତେବେ ପ୍ରଜନନ କ୍ଷମତା ହ୍ରାସ ହେବା ପୂର୍ବରୁ ମହିଳାମାନେ ନିଶ୍ଚିନ୍ତ ଭାବରେ ଏହାକୁ ଜାଣି ପାରିବେ । ଏ କ୍ଷେତ୍ରରେ ତୁରନ୍ତ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଜରୁରି । 
ମୋ: ୯୮୬୧୪୬୩୪୦୬