ସାଇବର୍ ଫ୍ରଡ୍ରେ ଫସିଥିଲେ : ମିଅାଁମାରରୁ ଫେରିଲେ ୩ ଶହ ଭାରତୀୟ

 ନୂଆଦିଲ୍ଲୀ: ବିଭିନ୍ନ ଅନ୍ଲାଇନ୍ ଠକେଇ ଓ ଡିଜିଟାଲ୍ ଆରେଷ୍ଟ ଭଳି ସ୍କାମ୍ରେ ଫସିଥିବା  ୩୦୦ ଭାରତୀୟ ବନ୍ଧକ ଆଜି ମିଅାଁମାର୍ରୁ ମୁକୁଳିଛନ୍ତି । ୨୬୬ ପୁରୁଷ ଏବଂ ୧୭ ମହିଳାଙ୍କୁ ଭାରତ ସରକାରଙ୍କ ସହାୟତାରେ ପ୍ରଥମେ ୭ଟି ବସ୍ ଯୋଗେ ମିଅାଁମାର-ଥାଇଲାଣ୍ଡ ସୀମାକୁ ଅଣାଯାଇଥିଲା ଏବଂ ସେଠାରୁ ଭାରତର ସି-୧୭ ବିମାନ ଜରିଆରେ ଭାରତ ଅଣାଯାଇଥିଲା ।
ଗରିବ, ନିଷ୍ପେସିତ ଲୋକଙ୍କୁ ବିଭିନ୍ନ ଆର୍ଥିକ ପ୍ରଲୋଭନ ଦେଖାଇ ମିଅାଁମାର୍ର ଏହି ଠକମାନେ ଭାରତର କେତେକ ନାଗରିକଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ କାମ ଥିଲା ଫୋନ୍ ଯୋଗେ କିମ୍ବା ସୋସିଆଲ ମିଡିଆକୁ ମାଧ୍ୟମ କରି ଯୋଗେ ଲୋକଙ୍କୁ ନାନା ପ୍ରକାରର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଟଙ୍କା ଲୁଟିବା । ପ୍ରେମ ନିବେଦନ କରି ବ୍ଲାକ୍ମେଲ୍ ଜରିଆରେ ଠକେଇ ଏବଂ ନିବେଶ ଭଳି ଅନଲାଇନ୍ ଠକେଇରେ ଏମାନଙ୍କୁ ନିୟୋଜିତ କରାଯାଇଥିଲା । ଅନେକ ଲୋକ ଶୋଷଣ ଏବଂ ନିର୍ଯାତନାର ଶିକାର ହୁଅନ୍ତି । ତେବେ ବିଭିନ୍ନ ଦେଶରେ ବିଶ୍ୱସ୍ତରରେ ଏଭଳି ଅନ୍ଲାଇନ୍