ଫିଲ୍ମ ‘ଏମର୍ଜେନ୍ସି’ ରିଲିଜ୍ ଉପରେ କଟକଣା ଲଗାଇଲା ବାଂଲାଦେଶ

ଆସନ୍ତା ୧୭ରେ ରିଲିଜ୍ ହେବାକୁ ଯାଉଛି ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମର ରିଲିଜ୍ ଉପରେ ବାଂଲାଦେଶ କଟକଣା ଲଗାଇଛି। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ବାଂଲାଦେଶର ଅନ୍ତରୀଣ ସରକାର ଫିଲ୍ମ ଏମ୍ର୍ଜେନ୍ସିର ସ୍କ୍ରିନିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।