CBI ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ କରିଥିବା ଆବେଦନ ଖାରଜ
ଖାରଜ ହୋଇ ଯାଇଛି CBI ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ CBI କେଜ୍ରିୱାଲଙ୍କୁ ଗିରଫ କରିଥିଲା ।
ସେ ଏହି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଗିରଫ ହୋଇ ତିହାର ଜେଲରେ ଥିବାବେଳେ ସେହିଠାରୁ CBI ତାଙ୍କୁ ଗିରଫ କରିଥିଲା। କେଜ୍ରିୱାଲଙ୍କୁ ଇଡି ଗିରଫଦାରୀ ବିରୁଦ୍ଧରେ ରାଉଜ ଆଭେନ୍ୟୁ କୋର୍ଟରୁ ବେଲ୍ ମିଳି ସାରିଥିଲା।
ଏହି ସମୟରେ CBI ଗିରଫଦାରୀକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ। ଏଥିସହ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। ଜୁଲାଇ 17ରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ଆଜି ଜଷ୍ଟିସ ନୀନା ବଂଶାଲୀ ରାୟ ପ୍ରକାଶ କରି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ବେଲ୍ ପାଇଁ ସ୍ୱତନ୍ତ୍ର ଜଜଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି।