ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ଅଶୋକ ଦାସ

ବିଧାନସଭାରେ ଧସେଇ ପଶିବା ପରେ କଂଗ୍ରେସ ବିଧାୟକଙ୍କୁ ଉଠେଇ ନେଇଛି ପୋଲିସ । ଗୋଟିଏ ଗାଡିରେ ଏକାଧିକ ବିଧାୟକଙ୍କୁ ନେଇ କୁଆଡେ ନେଉଛି ଖୋଦ୍ ବିଧାୟକ ବି ଜାଣିନାହାନ୍ତି । ଏକଥା ନିଲମ୍ବିତ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି।  ବିଧାୟକ ଅଶୋକ ଦାସ, ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଆମେ ମାତ୍ର ୧୪ ବିଧାୟକ ବୋଲି ଆମକୁ ସରକାର ଡରାଉଛନ୍ତି । ଏଠି ବିରୋଧୀ ଯେତିକି ତା’ର ୫ ଗୁଣା ପୋଲିସଙ୍କୁ ମୁତୟନ କରାଯାଇଛି  । ଆମକୁ ସରକାର ବୁଲା ଗୋରୁ ବୋଲି ଭାବୁଛନ୍ତି । ନହେଲେ ଆମକୁ ରାତି ଅଧରେ ଘଉଡେଇ ନେଇ ରାସ୍ତା ଉପରେ ଛାଡନଥାନ୍ତା । ପ୍ରକୃତ କଥା ହେଉଛି ଏଠି ସରକାର ପୂରା ଭୟଭୀତ । ଏଠି ସବୁକିଛି ଅଗଣତାନ୍ତ୍ରୀକ ଉପାୟରେ ଚାଲିଛି । ବିନା ବିରୋଧୀରେ ସରକାର ଚାଲୁଛି । ଆଗକୁ ଏହାକୁ ନେଇ ସରକାର ଘୋର ଅନୁତାପ କରିବ । ଏହାକୁ ନେଇ କିନ୍ତୁ କଂଗ୍ରେସ ଚୁପ ବସିବନି। ବରଂ ସରକାରଙ୍କୁ କଡା ବିରୋଧ କରିବ । ଆଜି ବିରୋଧୀରେ ସରକାର ଚାଲୁଛି କିନ୍ତୁ ଆଗକୁ ଏହାର ଜବାବ ସରକାର ଦେବେ ।