ମୋର ଆଉ ରାଜନୀତି କରିବାର ଇଚ୍ଛା ନାହିଁ: ତାରା ବାହିନୀପତି

ମୋର  ଆଉ  ରାଜନୀତି କରିବାର ଇଚ୍ଛା ନାହିଁ:  ତାରା ବାହିନୀପତି

 ବିଧାନସଭା ବାହାରେ ରାସ୍ତା ଉପରେ ଧାରଣା ଦେଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଭାବବିହ୍ବଳ ହୋଇ କାନ୍ଦ ହୋଇପଡିଥିଲେ । ବିଧାନସଭା ପରିସରରେ ଧାରଣା ଦେଇଥିବାରୁ ପୋଲିସ ତାଙ୍କ ଉପରେ କିଭଳି ଜୁଲମ୍ କରିବା ସହ ତାଙ୍କୁ ସେଠାରୁ ଅତି ଦୟନୀୟ ଭାବେ ତଡି ଦେଇଥିଲା ସେକଥା ଗଣମାଧ୍ୟମ ଆଗରେ କାନ୍ଦ କାନ୍ଦ ହୋଇଯାଇଥିଲେ । ଏକାଧିକ ଶାରୀରିକ ସମସ୍ୟା ଥାଇ ମଧ୍ୟ ଦଳୀୟ ବିଧାୟକଙ୍କୁ ନ୍ୟାୟ ଦେବା ତଥା ରାଜ୍ୟରେ ନାରୀଙ୍କ ସୁରକ୍ଷା    ପାଇଁ ସ୍ବର ଉଠାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସାରା ରାତି ରାଜରାସ୍ତାରେ ଧାରଣା ଦେବା ସହ ଗଣମାଧ୍ୟମ ଆଗରେ ନିଜର କଷ୍ଟ ବଖାଣିଛନ୍ତି ତାରା ।

ତାରା କହିଛନ୍ତି, ବିଧାନସଭା ଭିତରେ ତ ଯାହା ମୋ କଲର ଧରି ମାରିଥିଲେ, ବାହାରେ ପୋଲିସ ବି ମୋତେ ମାରିଲେ । ପୋଲିସ  ମୋ ବେକକୁ  ମୋଡିଦେଲେ, ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ । ମୁଁ ନେତୃତ୍ବ ନେଉଛି ବୋଲି ମୋତେ ବହୁତ ମାରିଲେ । ଦୁଇଟା ରାତିରେ ମୋ. ବିଧାନସଭା ଭିତରେ ପୂରାଇକି ମାରିଲେ । ତାପରେ ବାହାରେ ଆଣି ଛାଡିଲେ । ଏକଥା କେବଳ ଜଗନ୍ନାଥ ବୁଝିବେ। ଏଭଳି ଘଟଣା ଇତିହାସରେ ପ୍ରଥମ । ଯୋଉଠି ଗଣତନ୍ତ୍ର ନାହିଁ ଯୋଉଠି  ମାଟି ମା’ ପାଇଁ ସମ୍ମାନ ନାହିଁ ସେଠି ଆଉ ମୋର ରାଜନୀତି କରିବାର ଇଚ୍ଛା ବି ନାହିଁ ।