ଇଓଏସ୍-୦୮ ଉପଗ୍ରହର ସଫଳ ଉତ୍କ୍ଷେପଣ
(ଏଜେନ୍ସି) ଆନ୍ଧ୍ରପ୍ରଦେଶ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଶୁକ୍ରବାର ସକାଳ ୯ଟା ୧୭ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ଉତକ୍ଷେପଣ ଯାନ (ଏସ୍ଏସ୍ଏଲ୍ଭି)-ଡି୩ ଜରିଆରେ ନବୀନତମ ପୃଥିବୀ ଅବଲୋକନ ଉପଗ୍ରହ ‘ଇଓଏଲ୍-୦୮’କୁ ସଫଳତାର ସହ ଉତ୍କ୍ଷେପଣ କରିଛି ।
ଇଓଏସ୍-୦୮ ମିଶନ ପ୍ରାଥମିକ ଉଦେ୍ଦଶ୍ୟଗୁଡିକ ମଧ୍ୟରେ ରହିଛି ଗୋଟିଏ ମାଇକ୍ରୋ ସାଟେଲାଇଟ୍ର ଡିଜାଇନ୍ ଓ ବିକାଶ, ମାଇକ୍ରୋ ସାଟେଲାଇଟ୍ ବସ୍ ସହ ସୁସଙ୍ଗତ ପେଲୋଡ୍ ଉପକରଣ ତିଆରି କରିବା ଓ ଭବିଷ୍ୟତରେ କାର୍ଯ୍ୟକ୍ଷମ ଉପଗ୍ରହ ପାଇଁ ଆବଶ୍ୟକ ନୂତନ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା ଉପରେ କାମ କରିବ । ଉପଗ୍ରହ ଭିତ୍ତିକ ନିରୀକ୍ଷଣ, ବିପର୍ଯ୍ୟୟ ନିରୀକ୍ଷଣ, ପରିବେଶ ନିରୀକ୍ଷଣ, ଅଗ୍ନିକାଣ୍ଡ ଚିହ୍ନଟ, ଆଗ୍ନେୟଗିରି ଗତିବିଧି ପର୍ଯ୍ୟବେକ୍ଷଣ ଓ ଶିଳ୍ପ ଶକ୍ତି ପ୍ଲାଣ୍ଟ୍ ବିପର୍ଯ୍ୟୟ ନିରୀକ୍ଷଣ ଭଳି ପ୍ରୟୋଗ ପାଇଁ ଉଭୟ ଦିନ ରାତିରେ ମିଡ୍-ୱେଭ୍ ଆଇଆର (ଏମଆଇଆର) ସହ ଫଟୋ ଉଠାଇବା ପାଇଁ ଇଓଆଇଆର ପେଲୋଡ୍କୁ ଡିଜାଇନ୍ କରାଯାଇଛି । ଜିଏନଏସଏସ-ଆର ପେଲୋଡ୍ ସମୁଦ୍ର ପୃଷ୍ଠର ପବନ ବିଶ୍ଳେଷଣ, ମୃତ୍ତିକା ଆଦ୍ର୍ରତା ଆକଳନ, ହିମାଳୟ ଅଞ୍ଚଳରେ କ୍ରାୟୋସ୍ଫିୟର ଅଧ୍ୟୟନ, ବନ୍ୟା ଚିହ୍ନଟ ଓ ଆଭ୍ୟନ୍ତରୀଣ ଜଳଭଣ୍ଡାର ଚିହ୍ନଟ ଭଳି ପ୍ରୟୋଗ ପାଇଁ ଜିଏନଏସଏସ-ଆର-ଆଧାରିତ ରିମୋଟ୍ ସେନ୍ସିଂ ବ୍ୟବହାର କରିବାର କ୍ଷମତା ପ୍ରଦର୍ଶନ କରିବ । ଅନ୍ୟପକ୍ଷରେ ଏସଆଇସି ୟୁଭି ଡୋସିମିଟର ଗଗନଯାନ ମିଶନରେକ୍ରୁ ମଡୁ୍ୟଲର ଭୁ୍ୟପୋର୍ଟରେ ୟୁଭି ବିକିରଣ ଉପରେ ନଜର ରଖବ । ଏହା ବ୍ୟତୀତ ଗାମା ବିକିରଣ ପାଇଁ ଏକ ହାଇ ଡୋଜ୍ ଆଲାର୍ମ ସେନ୍ସର ଭାବରେ କାର୍ଯ୍ୟ କରିବ ।
ଏହି ମିଶନର ସ୍ୱଦେଶୀକରଣ ପ୍ରୟାସ ଏହାର ସୌର କୋଷ ନିର୍ମାଣ ପ୍ରକ୍ରିୟା ଓ ମାଇକ୍ରୋସାଟ୍ ଆପ୍ଲିକେସନ୍ ପାଇଁ ଏକ ନାନୋ-ଷ୍ଟାର ସେନ୍ସରର ବ୍ୟବହାରରେ ସ୍ପଷ୍ଟ ହୋଇଛି । ଏହି ଅଭିଯାନରେ ଏକ ଅଟୋ-ଲଞ୍ଚ ପ୍ୟାଡ୍ ପ୍ରାରମ୍ଭିକ ବୈଶିଷ୍ଟ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଯାହା ଅଭିନବ ମିଶନ ପରିଚାଳନା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ଅଧିକ ପ୍ରଦର୍ଶିତ କରିବ ।