କରୀନା କପୁରଙ୍କୁ ହାଇକୋର୍ଟ ନୋଟିସ

କରୀନା କପୁରଙ୍କୁ ହାଇକୋର୍ଟ ନୋଟିସ

ଭୋପାଳ: ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରାଯାଇଛି। କରୀନା ନିକଟରେ ଗର୍ଭଧାରଣ ପ୍ରସଙ୍ଗରେ ପୁସ୍ତକ ରଚନା କରିଥିବାବେଳେ ଏହାର ଶୀର୍ଷକ ‘କରୀନା କପୁର ଖାନ୍‌ସ ପ୍ରେଗ୍‌ନାନ୍ସି ବାଇବେଲ’ ରଖିଛନ୍ତିି। ତେବେ ପୁସ୍ତକରେ ବାଇବେଲ ନାମକୁ ସାମିଲ କରିଥିବାରୁ ଖ୍ରୀଷ୍ଟୋଫର ଆନ୍ଥୋନୀ ନାମକ ଜଣେ ଆଇନଜୀବୀ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ କରୀନା ଓ ପ୍ରକାଶକଙ୍କ ବିରୋଧରେ ପିଟିସନ ଦାଏର କରିଛନ୍ତି। ବାଇବେଲ ଶବ୍ଦ ପ୍ରୟୋଗ କରାଯିବା ଫଳରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରାଯାଇଛି ବୋଲି ଆନ୍ଥୋନୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୁସ୍ତକର ନାମକରଣରେ ବାଇବେଲ ଶବ୍ଦର ବ୍ୟବହାର କାହିଁକି କରାଯାଇଛି, ତାହାର ଜବାବ ଦାଖଲ କରିବାକୁ ବିଚାରପତି କରୀନାଙ୍କୁ ନିର୍ଦେଶ ଦେଇଛନ୍ତି। କରୀନା ଏହି ପୁସ୍ତକରେ ନିଜର ଗର୍ଭଧାରଣ ଅଭିଜ୍ଞତା ବଖାଣିଥିବାବେଳେ ମାତୃତ୍ବଲାଭ କରିବାକୁ ଯାଉଥିବା ମହିଳାଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।