ମଲ୍ଲିପୁର ଗ୍ରାମକୁ ୩ କୋଟିର ରାସ୍ତା

 ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ବିଭିନ୍ନ ସମସ୍ୟା ଦୂରକରିଛନ୍ତି । ବସୁମତି ସ୍ନାନ ଠାରୁ ମାଗେଣା ଠାରୁ ବନ୍ତଳ ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ସାଂସଦଙ୍କ କରକମଳରେ ଉଦଘାଟନ କରାଯାଇଛି  । ଗତ ନଭେମ୍ବର ୨୦୨୩ରେ ମଲ୍ଲିପୁର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସାଂସଦ ମହାଶୟା ଏହି ଗ୍ରାମ ପରିଦର୍ଶନରେ ଆସି, ରାସ୍ତା ସମସ୍ୟା ନେଇ ନିଜେ ଅନୁଭବ କରିଥିଲେ  । ଗମନାଗମନ ସମସ୍ୟାଟିକୁ ସାଂସଦ ମହାଶୟ ନିଜେ ହୃଦୟଙ୍ଗମ କରିଥିଲେ  । ଏହି ରାସ୍ତା ଉପରେ ୭ଟି ପଂଚାୟତ ନିର୍ଭର କରନ୍ତି  । ପୂର୍ବରୁ ଭୁବନେଶ୍ୱର, ଖୋର୍ଦ୍ଧା, ଟାଙ୍କୀକୁ ଏହି ରାସ୍ତା ଦେଇ ଯାତାୟତ କରିବା ଦୀର୍ଘ ଘଣ୍ଟା ଲାଗୁଥିଲା  । ପୂର୍ବରୁ ଏହି ରାସ୍ତାଟି ଜଙ୍ଗଲ ପରିବେଶ ବିଭାଗ ଅଧିନରେ ରହିଥିଲା  । ଫଳରେ ଏହି ରାସ୍ତାର ଆଧୁନିକିକରଣ କରିବା ସମ୍ଭବ ହେଉନଥିଲା  । ଭୁବନେଶ୍ୱର ସାଂସଦଙ୍କ ଉଦ୍ୟମରେ ତକôାଳିନ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ଏବଂ ବର୍ତ୍ତମାନର ଜଙ୍ଗଲ ପରିବେଶ ବିଭାଗ ଅଧିକାରୀଙ୍କ ସହ କଥା ହେବା ପରେ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଆସିଥିଲା  । ଏହା ପରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୩ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି  ।

୩ କିମି ଦୀର୍ଘ ରାସ୍ତାକୁ ଆସନ୍ତା ୯ ମାସ ଭିତରେ ରାସ୍ତା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ମହୋଦୟା ନିଦେ୍ର୍ଦଶ ଦେଇଛନ୍ତି  । ଏହି ୩ କିମି ରାସ୍ତା ପୂରଣ ହେବା ପରେ ଏହି ଲୋକଙ୍କୁ ଆଉ ପୂର୍ବପରି ଘଣ୍ଟା ଘଣ୍ଟା ରାସ୍ତା ସମସ୍ୟାରେ ପଡିବାକୁ ପଡିବନି, ଡାକ୍ତରଖାନା ଯିବାକୁ ଖୋର୍ଦ୍ଧା ଦେଇ ୨୫ କିଲୋମିଟର ବାଟ ଅଧିକ ବୁଲିବାକୁ ପଡୁଥିଲା, ତାହା ଆଉ ହେବନାହିଁ  । ଏହି ୩ କିଲୋମିଟର ରାସ୍ତା ପୂରଣ ହେଲେ ଆଉ ଖୋର୍ଦ୍ଧା-ଟାଙ୍ଗୀ ଦେଇ ଅଧିକ ୨୫ କିମି ବାଟ ବୁଲି ବୁଲି ଯିବାକୁ ପଡିବନାହିଁ  । ସ୍କୁଲ କଲେଜ ଯିବାରେ ମଧ୍ୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କ ଦୁଃଖ ଦୂର ହେବ  । ପ୍ରତିଟି ପଂଚାୟତରେ ଆଗାମୀ ୪ ବର୍ଷ ଭିତରେ ସାଂସଦଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯୁବକମାନଙ୍କ ପାଇଁ ଲାଇବ୍ରେରୀ ନିର୍ମାଣ ହେବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି  । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡଜେନା, ମଲ୍ଲିପୁର ଗ୍ରାମର ବରିଷ୍ଠ ନାଗରିକ ରାମ ବାବୁ, ସରପଂଚ ସୁଧାଂଶୁ ସେଠୀ, ସମିତିସଭ୍ୟ ଲିଲି ବେହେରା, ଏବଂ ଶତାଧିକ ଜନତା ଯୋଗ ଦେଇଥିଲେ  ।