ଡେରିରେ ଆରମ୍ଭ ହେଲା ବିଧାନସଭା: ବିରୋଧୀଙ୍କ ପ୍ରଶ୍ନ କାହିଁକି ?

ଡେରିରେ ଆରମ୍ଭ ହେଲା ବିଧାନସଭା:  ବିରୋଧୀଙ୍କ ପ୍ରଶ୍ନ କାହିଁକି ?

ସିଧାସିଧା ବିଧାନସଭା ଚାଲିପାରୁନଥିବାରୁ ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଖାଲି ଟାର୍ଗେଟ୍‌ କରିଛନ୍ତି ତାହା ନୁହେଁ ବରଂ ବିଧାନସଭା ଜାଣିଶୁଣି ଶାସକ ଦଳ ଚଲାଇଦେଉନାହାନ୍ତି ବୋଲି ଅଭିଯୋଗ କଲେ । ଏହାସହ କହିଲେ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ବିରୋଧୀ ଜାଣିଶୁଣି ବିଧାନସଭା ଚଲାଇଦେଉନାହାନ୍ତି । କଂଗ୍ରେସ ଓ ବିଜେଡି ବିରୋଧରେ ମେଡାଲକୁ ନେଇ ପ୍ରତିଯୋଗିତା ଚାଲିଛି…ଏସନ ଡେରିରେ ଆରମ୍ଭ ହେଲା ବିଧାନସଭା । ବିଧାନସଭା କାହିଁକି ଡେରିରେ ହେଲା ସେନେଇ ଶାସକ ଦଳକୁ ବିରୋଧୀ ପ୍ରଶ୍ନ କରିଥିଲା । କହିଥିଲା, ପ୍ରସଙ୍ଗ ମାଳମାଳ ଥିବାରୁ ସରକାର ଜାଣିଶୁଣି ଅଧିବେଶନ ଡାକୁନାହାନ୍ତି । ହେଲେ ଏବେ ଅଧିବେଶନ ତ ହେଲା…କିନ୍ତୁ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରୁନି । ଗୁରୁବାରଠୁ ଆରମ୍ଭ ହୋଇଛି ବିଧାନସଭା । ପୂରା ରାଜ୍ୟରେ ବିଧାନସଭାକୁ ଅପେକ୍ଷା ରହିଥିଲା କେମିତି ପ୍ରସଙ୍ଗକୁ ନେଇ ବିରୋଧୀ ଆଲୋଚନା କରିବେ । ହେଲେ ସବୁ ଆଶା ଧୋଇଗଲା । କାରଣ ବିରୋଧୀ-ଶାସକ ଦଳ ମଧ୍ୟରେ ଦୋଷ ଲଦାଲଦି ସ୍ଥିତିକୁ ନେଇ ଏବେ ଗୃହ ଅଚଳ । ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବି ବିରୋଧୀଙ୍କ ହଟ୍ଟଗୋଳରେ କଟିଥିଲା, ତୃତୀୟ ଦିନରେ ବି ସ୍ଥିତି ସମାନ । କଥାହେଲା ଏବେ 'ରାଜ୍ୟରେ ସାର ଓ ୟୁରିଆ ସଙ୍କଟ, ଚାଷୀ ହନ୍ତସନ୍ତ, ଅପରାଧ ଓ ନାରୀ ସୁରକ୍ଷା ପରି ମାଳମାଳ ପ୍ରସଙ୍ଗ ବିରୋଧୀଙ୍କ ପାଖରେ ରହିଛି । ହେଲେ ଆଲୋଚନା ହୋଇପାରୁନାହିଁ । ମୋଟ୍‌ ଉପରେ ବିଧାନସଭା ଉପରେ ପୂରା ରାଜ୍ୟର ନଜିର ଥିବା ବେଳେ ଏବେ ଯେଉଁସ୍ଥିତି ସୃଷ୍ଟି ହୋଇଛି ତାହା ପାଇଁ ଦାୟୀ କିଏ ସେନେଇ ଉଠିଲାଣି ପ୍ରଶ୍ନ ।