ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ସାମ୍ବାଦିକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ । ସାମ୍ବାଦିକମାନଙ୍କ ଜୀବନ ବୀମା କଥା ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କୁ ନିବେଦନ କଲେ କଂଗ୍ରେସ ସଦସ୍ୟ ତାରା ବାହିନୀପତି । କହିଲେ, ଆପଣଙ୍କ ଜରିଆରେ ଗୃହକୁ ନିବେଦନ କରିବି ସାମ୍ବାଦିକଙ୍କ ପାଇଁ ଦୁଇଟି ଦାବି ପୂରଣ କରାଯାଉ । ପୂର୍ବ ସରକାରର ଥିବା ୫ ଲକ୍ଷ ବୀମା ରାଶି କୁ ବୃଦ୍ଧି କରି ୨୦ ଲକ୍ଷ ଟଙ୍କା ଇନ୍ସସୁରାନ୍ସ କରାଯାଉ । ପୁରୁଣା ଜୀବନ ବୀମାକୁ ରିନିୟୁ କରାଯାଉ।ସୂଚନା ଥାଉ କି ନବୀନ ସରକାରରେ ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ଜୀବନ ବୀମା ପ୍ରଦାନ କରାଯାଉଥିଲା । ଚଳିତ ମାସ ୩୧ ତାରିଖରେ ଏହି ବୀମା ଅବଧି ଶେଷ ହେଉଛି ।