ଏଟିଏମ୍ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟ
ବୌଦ୍ଧ: ବୌଦ୍ଧ ଥାନା ଅଧୀନ ବଢ଼ିଗାଁସ୍ଥିତ ଏସ୍ବିଆଇ୍ ଏଟିଏମ୍ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ ହୋଇଛି। କେତେକ ଦୁର୍ବୃତ୍ତ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।