ସାମାଜିକ ସମରସତାର ଆଦର୍ଶ ପ୍ରଭୁ ଶ୍ରୀରାମ
ତାଳଚେର: ତାଳଚେର ଦେଉଳବେଡା ସ୍ଥିତ ତୈଳିକ ସମାଜର ବାବଜୀ ମଠ ଠାରେ ରବିବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିତ୍ୟ ବାହିନୀ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଞ୍ଚ ପରିବର୍ତ୍ତନ ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ । ସାମାଜିକ ସମରସତା ର ଆଦର୍ଶ ଭଗବାନ"ରାମ "ନିଜେ ରାଜ ପଦଛାଡି ବନବାସୀ ହୋଇ ସମାଜର ସମସ୍ତ ବର୍ଗ ସହିତ ଆତ୍ମୀୟତା ର ସହିତ ମିଶିଥିଲେପ୍ରଭୁ ଶ୍ରୀରାମ ସାମାଜିକ ସମରସତା ର ଆଦର୍ଶ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ପରିବାରର ଗାୟତ୍ରୀ ପଣ୍ଡା, ଆର୍ଯ୍ୟ ସମାଜର ପବିତ୍ର କୁମାର ସାହୁ, ପ୍ରାଣ ବନ୍ଧୁ ସାହୁ, ଗ୍ରାମ ସଭାପତି ନବ କିଶୋର ସାହୁ, ତୈଳିକ ସମାଜ ସଭାପତି ବିଜୟ କୁମାର ପୃଷ୍ଟି, କାର୍ଯ୍ୟକ୍ରମ ର ସଂଯୋଜକ ତଥା ଯୁବ ଆଇନଜୀବୀ ଜ୍ଞାନେଶ୍ୱର ସାହୁ ମଞ୍ଚସ୍ଥ ଥିଲେ । ଆର୍ଯ୍ୟ ସମାଜ ପକ୍ଷରୁ ହୋମ ଯଜ୍ଞ, ନାମ ସଂକୀର୍ତନ ତଥା ସାଂକୃତିକ ପୌରାଣିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସଂଘ ର ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ନଗର ସଂଘ ଚାଳକ ପ୍ରମୋଦ କୁଣ୍ଡୁ, ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ସ୍ୱୟଂ ସେବକ ପର୍ଶୁରାମ ବାରିକ, ମାୟାଧର ସାହୁ, ଗୌରଚନ୍ଦ୍ର ନନ୍ଦ, ରଂଜିତ ମହାପାତ୍ର, ବାଉରୀ ବନ୍ଧୁ ବେଜ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ସହଯୋଗୀ ସ୍ୱରୂପ ପ୍ରାଣବନ୍ଧୁ ସାହୁ, ବସନ୍ତ ସାହୁ, ସୁବାସ ସାହୁ, କୈଳାସ ସାହୁ, ଚିତ୍ତରଞ୍ଜନ ସାହୁ,ତୁଷାର ସାହୁ,ତିମିର ସାହୁ, ଗଣେଶ ସାହୁ କାର୍ତିକ ସାହୁ, ରିତେଶ ସାହୁ ଓ ଅନ୍ୟ ଶୁଭେଚ୍ଛୁ ମାନଙ୍କର ଅକୁଣ୍ଠିତ ସହଯୋଗ ପାଇଁ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।