ଚାଷଜମିକୁ କେନ୍ଦ୍ରକରି ଆକ୍ରମଣ, ବୃଦ୍ଧ ଗୁରୁତର
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମରେ ଚାଷଜମି ହିଡ ହାଣିବାକୁ କେନ୍ଦ୍ରକରି ୨ ପଡୋଶୀଙ୍କ ମଧ୍ୟରେ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ସୁଦର୍ଶନ ଗୈାଡ (୬୦) । ଚାଷ ଜମି ନିକଟରେ ଉପସ୍ଥିତ କିଛି ଚାଷୀ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଚିକିସôିତ ପରେ ଘଟଣା ନେଇ ବୃଦ୍ଧ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ସୁଦର୍ଶନ ଗୈାଡ ଓ ଲକ୍ଷ୍ମଣ ଗୈାଡଙ୍କ ଗ୍ରାମ ଶିବ ମନ୍ଦିର ନିକଟରେ ଚାଷ ଜମି ରହିଛି । ମଙ୍ଗଳବାର ସକାଳେ ଉଭୟ ଚାଷୀ ନିଜ ଚାଷ ଜମିରେ କାମ କରୁଥିବା ବେଳେ ଚାଷଜମି ହିଡ ହାଣିବାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମଣ ଧରିଥିବା ଏକ କୋଡିରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁଦର୍ଶନ ଗୁରୁତର ଆହତ ହୋଇଥିଲେ ।