ବ୍ରାହ୍ମଣ ମହାସଭା ସ୍ମରଣିକା କମିଟି ଗଠିତ

 ବଲାଙ୍ଗିର :  ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଥିବା ବ୍ରାହ୍ମଣ ମହାସଭାର କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱ ଏକ ସଭା ହୋଇଯାଇଛି । ଏଥିରେ ବ୍ରାହ୍ମଣ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ତଥା ବି·ର ହୋଇଥିଲା । ସର୍ବୋପରି ଏକ ସ୍ମରଣିକା ପ୍ରକାଶ ପାଇଁ ସ୍ଥିର ହୋଇଥିଲା । ଏଥିରେ ବ୍ରାହ୍ମଣ ସମାଜର ବିଭିନ୍ନ ଲେଖା ଓ ଫଟୋ ପ୍ରକାଶ ହେବା ସଙ୍ଗେ ସଙ୍ଗେ ଆଗାମୀ ପୀଢ଼ି ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିବ । ଏହି ସଭାରେ ସଭାପତି ଶ୍ରୀ ପୁରୋହିତଙ୍କ ଅନୁମୋଦନକ୍ରମେ ଏକ ସ୍ମରଣିକା କମିଟି ଗଠନ କରାଗଲା । ସ୍ମରଣିକା କମିଟିରେ ଅଧ୍ୟକ୍ଷ ଭାବେ ପ୍ରଭାକର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଳକୃଷ୍ଣ ଷଡଙ୍ଗୀଙ୍କୁ କମିଟିର ଆବାହକ ଭାବେ ମନୋନୀତ କରାଯାଇଥିଲା । ସେହିପରି ବିଜ୍ଞାପନ କମିଟିରେ ବାଳକୃଷ୍ଣ ଷଡଙ୍ଗି, ଗୋ÷÷ର ଚରଣ ପୁରୋହିତ, ନରେନ୍ଦ୍ର ଆ·ର୍ଯ୍ୟ,  ପ୍ରଭୁଦତ୍ତ ଶତପଥି, ସର୍ଜନ ଆ·ର୍ଯ୍ୟ ଓ ରାଜେଶ ପଣ୍ଡା, ପ୍ରବନ୍ଧ ଓ ଲେଖା ସଂଗ୍ରହ କମିଟିରେ ପ୍ରଭୁଦତ୍ତ ଶତପଥି, ଶିବ ଶଙ୍କର ଖୁଆସ, ଲକ୍ଷ୍ମୀପ୍ରସାଦ ·ନ୍ଦ, କସ୍ତୁରୀ ରଥ, ରଞ୍ଜିତା ପାଣିଗ୍ରାହୀ, ଶିବ ନାରାୟଣ ରଥ, ପୁରୋଷତ୍ତମ ପଣ୍ଡା ଓ ଜଗନ୍ନାଥ ଷଡଙ୍ଗି, ସମ୍ପାଦନା ଓ ମୁଦ୍ରଣ କମିଟିରେ  ପର୍ଶୁରାମ ନାୟକ, ସଂକିର୍ତ୍ତନ ତ୍ରପାଠୀ, କିଶୋର ପୁରୋହିତ, ଶ୍ୟାମ ସୁ୍ଦର ଦାଶ ଓ ପ୍ରଭୁଦତ୍ତ ଶତପଥି, ସଂଶୋଧନ କମିଟିରେ ଶ୍ୟାମସୁନ୍ଦର ଦାଶ, କିଶୋର ପୁରୋହିତ, ଶୁଭେନ୍ଦୁ ନେପାକ, ଲକ୍ଷ୍ମୀ ପ୍ରସାଦ ·ନ୍ଦ, ପ୍ରଭାକର ମିଶ୍ର ଓ ଶ୍ରୀବାଳକୃଷ୍ଣ ଷଡଙ୍ଗି, ଉପଦେଷ୍ଟା କମିଟିରେ ନିଳମଣୀ ମିଶ୍ର, ସତ୍ୟବନ୍ତ ବେଦବାକ୍, ପଣ୍ଡିତ ଗିରିଧାରି ଶତପଥି, ଗୋପବନ୍ଧୁ ପୁରୋହିତ, ଜୟରାମ ମିଶ୍ର ଓ ପର୍ଶୁରାମ ନାଏକ ଓ ସେହିପରି ନିମନ୍ତ୍ରଣ ଓ ଅଭ୍ୟର୍ଥନା କମିଟିରେ ପ୍ରଭାକର ମିଶ୍ର, ଗୋପବନ୍ଧୁ ପୁରୋହିତ, ନରେନ୍ଦ୍ର ଆ·ର୍ଯ୍ୟ, କସ୍ତୁରୀ ରଥ ଓ ରଞ୍ଜିତା ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଗଲା । ଶେଷରେ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।