ଯାଗ ଦେବେ ୧୩ରାଷ୍ଟ୍ରର ରାଷ୍ଟ୍ରଦୂତ
କଟକ: ଚଳିତବର୍ଷ ବାଲିଯାତ୍ରାରେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ । କୌଣସି କାର୍ଯ୍ୟକ୍ରମରେ ଏକା ସଂଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ଏହା ହେବ ପ୍ରଥମ । ଉଦ୍ଘାଟନୀ ସନ୍ଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡ଼ିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ କରିଛନ୍ତି । ଅତିଥିମାନେ ସିଲଭର ସିଟି ବୋଟ କ୍ଲବ ଠାରେ ପହଞ୍ଚିବା ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡ଼ଗଡ଼ିଆ ପର୍ଯ୍ୟନ୍ତ ଯିବେ । ସେଠାରୁ ଦକ୍ଷିଣ ପୂର୍ବ ରାଷ୍ଟ୍ରସମୂହ ସହ ଉକôଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ ପରିଦର୍ଶନ କରିବେ ଓ କଟକ-ଇନ-କଟକ ବୁଲିବେ । ପରେ ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହାପରେ ଗଣକବି ବୈଷ୍ଣବପାଣି ମଞ୍ଚ ଯାଇ ଅତିଥିମାନେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।