ଆଗୁଆ ଜାମିନ ଆବେଦନ କଲେ ରଘୁନନ୍ଦନ

ଭୁବନେଶ୍ୱର: ସାମ୍ବାଦିକାଙ୍କ ଉପରକୁ କୁକର ଛାଡ଼ିବା ପଡ଼ିଲା ମହଙ୍ଗା । ଗିରଫ ହୋଇପାରନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛିି । ଏନେଇ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।