ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ
ସୋର: ସୋର ତହସିଲ ପକ୍ଷରୁ ଅଇଁରୀ ଛକରେ ଏକ ସରକାରୀ ଜାଗାରେ ହୋଇଥିବା ଜବରଦଖଲକୁ ଉଛେଦ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୋର ଅନନ୍ତପୁର ରାସ୍ତା ଅଇଁରୀ ଛକ ନିକଟରେ ପ୍ଲଟ ନମ୍ବର ୧୮୯୮ ସରକାରୀ ଜାଗାକୁ ଦୀର୍ଘଦିନ ଧରି କିଛି ଲୋକ ଜବରଦଖଲ କରି ଦୋକାନ ଗୃହ କରିଥିଲେ । ଏ ବାବଦରେ ଅଭିଯୋଗ ହେବା ପରେ ଆଜି ସୋର ଅତିରିକ୍ତ ତହସିଲଦାର ଦୈତାରୀ ମଳିକ ସୋର ପୁଲିସ ସହାୟତାରେ ଜବରଦଖଲକୁ ଉଛେଦ କରିଥିଲେ । ଏହି ସମୟରେ ୧୨୦୦ ବର୍ଗ ଫୁଟର ଜାଗାରେ ହୋଇଥିବା ୨ଟି ଦୋକାନ ଗୃହକୁ ଉଛେଦ କରାଯାଇଥିଲା । ଏବଂ ଆଗାମୀ ୭ଦିନ ମଧ୍ୟରେ ଏଠାରେ ଥିବା ୧୫ ଶହ ବର୍ଗଫୁଟର ଚାରୋଟି ଗୃହ ବିଶିଷ୍ଟ ଦୋକାନ ଘରକୁ ଖାଲି କରିବାକୁ ଦୋକାନ ମାଲିକ ଅନନ୍ତ ବାରିକଙ୍କୁ ନୋଟିସ ଜାରି କରିବାକୁ ଆର ଆଇଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ଜଣାପଡିଛି ।