ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ତୃତୀୟ ଅସ୍ତ୍ରୋପଚାର

 ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ପୀଡିତାଙ୍କ ଦିଲ୍ଲୀ ଏମ୍ସରେ ହୋଇପାରେ ୩ୟ ଅସ୍ତ୍ରୋପଚାର ।  ଯଦି ପୀଡିତାଙ୍କ ଅସ୍ତ୍ରୋପଚାର ହୁଏ ତେବେ, ବୟାନ ରେକର୍ଡ ପାଇଁ ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡିବ  ।   ସେପଟେ ଆଜି, ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ପୁଣି ବୟାନ ରେକର୍ଡ କରାଯାଇପାରେ ।  ଘଟଣାର ତଦନ୍ତ ଭାର ନେଇଥିବା ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ,  ପୀଡିତା ଙ୍କ ବୟାନ ରେକର୍ଡ କରିପାରନ୍ତି । ଏହି ସମୟରେ  ପୀଡିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ ଭିଡିଓ କରାଯିବ ।  ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ବୟାନ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଓ ବଳଙ୍ଗା ଥାନାର ମହିଳା ଏଆଇସି  ।