୩ ମାସ ହେଲା ରାସ୍ତା ଅନ୍ଧାରରେ  

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଠାରୁ ଉପଖଣ୍ଡ ଚିକିତ୍ସାଲୟ ଗତ ୫ ବର୍ଷ ହେଲା ଖୋଲା ହୋଇ ଚିକିସôା ଚାଲୁ ରହିଛି  । ଏହି ଉପଖଣ୍ଡ ଚିକିସôାଲୟରେ ବାହ୍ୟ ରୋଗୀ ଓ ଅନ୍ତଃ ବିଭାଗ ମିଶି ପ୍ରତ୍ୟେକ ଦିନ ପାଖାପାଖି ୩୦୦ ରୋଗୀ ଚିକିତ୍ସ ହେଉଛନ୍ତି । ଖଡିଆଳ, ସିନାପାଲି, ବୋଡେନ ସମେତ ପଡୋଶୀ ଜିଲ୍ଲା ବଙ୍ଗୋମୁଣ୍ଡା, ତୁରେକେଲା, ସିନେ୍ଧକେଲା, କଳାହାଣ୍ଡି ଜିଲ୍ଲାର ବୋରଡା ସମେତ ପଡୋଶୀ ଛତିଶଗଡ ରାଜ୍ୟର ଦେଓଭୋଗ ବ୍ଲକର ରୋଗୀ ମାନେ ପ୍ରତିଦିନ ଏହି ଉପଖଣ୍ଡ ଚିକିସôାଲୟରେ ନିର୍ଭର କରିଥାନ୍ତି  ।ରୋଗୀ ମାନେ ରାତ୍ର ସମୟରେ ମଧ୍ୟ ଆସୁଛନ୍ତି  । କିନ୍ତୁ ଏହି ରାସ୍ତାରେ ଆଲୁଅ ଗତ ୩ ମାସ ହେଲା ଜଳୁ ନଥିବାରୁ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ରାସ୍ତାକୁ ଲାଗି କିଛି ଦୂର ଜଙ୍ଗଲ ଥିବାରୁ ଚୋରି ହେବାର ମଧ୍ୟ ସମ୍ବାବନା ରହିଛି  । ଏଥିପ୍ରତି ଦାୟିତ୍ୱରେ ଥିବା ବିଭାଗ ତୁରନ୍ତ ଆଲୁଅ ଲଗାଇବାର ବ୍ୟବସ୍ଥା କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି   ।