ବାଣୀବିହାର କ୍ୟାମ୍ପସରେ ଥମୁନି ଉତ୍ତେଜନା : ବସ୍ତି ଓ କ୍ୱାର୍ଟର୍ସ ଜବରଦଖଲ ଉଚ୍ଛେଦ ଦାବିରେ ଭିସିଙ୍କୁ ଘେରାଉ
ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଥମୁନି ଉତ୍ତେଜନା । ଅଣଛାତ୍ର ଉଚ୍ଛେଦକୁ ନେଇ ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ । ସୋମବାର ଅଣଛାତ୍ରଙ୍କୁ କ୍ୟାମ୍ପସରୁ ହଟାଇବା ପରେ ଆଜି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ର ମାନେ ଭିସି ଅଫିସ୍ ଘେରାଉ କରିବା ସହ ଭିସିଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଆଲୋଚନା କରି ସବୁ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କର୍ତ୍ତୃପକ୍ଷ ।
ବାଣୀବିହାର ବିଶ୍ୱବିଦ୍ୟାଳୟରେ ଅପରେସନ ଅଲ୍ ଆଉଟ୍ ହେବ । ହଟିବ କ୍ୟାମ୍ପସରେ ଥିବା ବସ୍ତି ଆଉ ଖାଲି ହେବ ଭଡ଼ା ଦିଆଯାଇଥିବା କ୍ୱାର୍ଟର । କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଲେ ଭାରପ୍ରାପ୍ତ କୁଳପତି । ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ମିଶନ ଅଲ୍ ଆଉଟ୍ କାର୍ଯ୍ୟକାରୀ କରିବାକୁ ଛାତ୍ରଛାତ୍ରୀ ଭିସିଙ୍କୁ ଦାବି କରିଛନ୍ତି । ଜବରଦଖଲ ଉଚ୍ଛେଦ, ଭଡାରେ ଲାଗିଥିବା କ୍ୱାର୍ଟରକୁ ଉଚ୍ଛେଦ ସହ ଯିଏ କ୍ୱାର୍ଟର ଭଡାରେ ଲଗାଇଛନ୍ତି ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଓ ନିଶା କାରବାର ବନ୍ଦ କରିବା ସହ କୌଣସି ଅଣଛାତ୍ରଙ୍କୁ କ୍ୟାମ୍ପସ୍ରେ ପୂରାଇ ନ ଦେବାକୁ ଦାବି କରିଛନ୍ତି ।
ସେପଟେ ଭିସି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜବରଦଖଲ ଉଚ୍ଛେଦ, ଭଡା କ୍ୱାର୍ଟର ଉଚ୍ଛେଦ ସହ ନିଶା କାରବାର ଆଦି ସବୁ ଜିନିଷକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶେଷ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ତିନିଦିନ ସମୟ ଦିଆଯାଇ ନୋସ୍ କରାଯାଇଛି । ସେମାନେ ଖାଲି ନକଲେ ତିନିଦିନରେ ଉଚ୍ଛେଦ ହେବ । ଅନ୍ୟପଟେ ନିଶା କାରବାର ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି । ମିଶନ ଅଲ୍ ଆଉଟ୍ ଜରିଆରେ ପୁଲିସ ପ୍ରଶାସନ ଦ୍ୱାରା ନିଶା କାରବାର ଓ ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତଙ୍କୁ ବାହାର କରାଯିବ । ୪୭୫ ପିଲାଙ୍କୁ ହଷ୍ଟେଲ ଆଲର୍ଟ କରାଯାଇଛି । କିଛି ପିଲାଙ୍କୁ ହଷ୍ଟେଲ ଆଲର୍ଟ ଥିବା ସତ୍ତ୍ୱେ ଜବରଦଖଲ ଯୋଗୁ ହଷ୍ଟେଲ ପାଇପାରି ନାହାନ୍ତି । ମେଧା ଭିତ୍ତିରେ ସମସ୍ତଙ୍କୁ ଦେବାକୁ ପ୍ରୟାସ କରାଯାଉଛି । ପାଖାପାଖି ୨୫ ଜଣ ପିଲା ପାଇ ନଥିବା ବେଳେ ସମସ୍ତଙ୍କୁ ହଷ୍ଟେଲ ସୁବିଧା ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିବ ବୋଲି ଭିସି କହିଛନ୍ତି ।