ବାଣୀବିହାର ହଷ୍ଟେଲ ପରେ ଆଜି କ୍ବାର୍ଟର୍ସ ପାଳି
ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ୍ କ୍ୱାର୍ଟର୍ସ ନୋଟିସ୍ର କଣ୍ଟ ପୁରିଲା। ଅବୈଧ ଭାବେ ବିଶ୍ଵବିଦ୍ୟାଳୟର ସରକାରୀ ବାସଭବନକୁ ଅକ୍ତିଆର କରିଥିବା ସମସ୍ତଙ୍କୁ ଗତକାଲି ସୁଦ୍ଧା କ୍ବାଟର୍ସ ଖାଲି କରିବାକୁ କୁହାଯାଇଥିଲା । ଆଉ ଆଜି ସକାଳୁ ଲୋକ କ୍ବାଟର୍ସ ଖାଲି କରୁଥିବା ଦେଖିବାକୁ ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟରେ ମୁତୟନ ହେଲେ ୪ ପ୍ଲାଟୁନ ପୋଲିସ ଫୋର୍ସ । ଗତକାଲି ସାନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଅକ୍ତିଆର ହୋଇଥିବା ଅବୈଧ ସରକାରୀ ବାସଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କୁଳପତି । ସେମାନଙ୍କ ମଧ୍ୟରୁ କିଛି ଏବେ ଖାଲି ହୋଇଥିବା ବେଳେ ଏବେ ଅନେକ ପୁଣି ଏହାକୁ ଅକ୍ତିଆର୍ କରି ରଖିଛନ୍ତି । ଏହାକୁ ଏବେ ହଟାଇବା ପାଇଁ ଏବେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।