ରମାକାନ୍ତ ରଥଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର : ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଭୁବନେଶ୍ୱର ଖାରବେଳନଗର ବାସଭବନରେ ତାଙ୍କର ଦେହନ୍ତେ ହୋଇଛି । ତାଙ୍କ ଦେହାନ୍ତ ଖବର ପାଇ ବହୁ ଲବ୍ଧପ୍ରତିଷ୍ଠିତ ସାହିତି୍ୟକ, ପୁଲିସ୍ କର୍ମଚାରୀ, ପ୍ରଶାସକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହଦେବ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।