ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବଡ଼ କଥା କହିଲେ ସୁପ୍ରିମକୋର୍ଟ । ସେପ୍ଟେମ୍ବର ୧୪ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ବାତିଲ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହା ଏକ ମ୍ୟାଚ୍ ତେଣୁ ଏହାକୁ ହେବାକୁ ଦିଅନ୍ତୁ । ତେବେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ନିକଟରେ ଶୀଘ୍ର ଶୁଣାଣି ନେଇ ଦାବି କରିଥିଲେ ।  ଯାହାପରେ ବିଚାରପତି ଜେକେ ମାହେଶ୍ୱରୀ ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ କହିଛନ୍ତି, ଏତେ ଶୀଘ୍ର କ’ଣ ପାଇଁ ? ଏହା ଏକ ମ୍ୟାଚ୍ ତେଣୁ ଏହାକୁ ହେବାକୁ ଦିଅନ୍ତୁ ।

ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, କ୍ରିକେଟକୁ ଜାତୀୟ ସ୍ୱାର୍ଥ ଏବଂ ଦେଶର ଲୋକଙ୍କ ଜୀବନ ଏବଂ ସେନାର ବିଶ୍ୱସ୍ତତା ଏବଂ ବଳିଦାନଠାରୁ ଉପରେ ରଖାଯାଇପାରିବ ନାହିଁ । ଜାଣିରଖିବା ଉଚିତ ଯେ, ଏସିଆ କପର ଷଷ୍ଠ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ସହିତ ମୁକାବିଲା କରିବ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ହେଲେ ଦେଶର କିଛି ନାଗରିକ ଆଗାମୀ ମ୍ୟାଚକୁ ନେଇ ଖୁସି ନୁହଁନ୍ତି । ଏହି କାରଣରୁ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ଏକ PIL ଦାୟର କରାଯାଇଛି ।