ନିମ୍ନମାନର ପିଚୁ କାମକୁ ବିରୋଧ; ଦୁଇ ଗୋଷ୍ଠୀ ମୁହାଁମୁହିଁ
ଜାରକା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୂର୍ତ ବିଭାଗର କୁସ୍ତିରା ଠାରୁ ବାରମାଣ ରାସ୍ତାର ମରାମତି କାର୍ଯ୍ୟ ଚାଲୁଛି । ଉକ୍ତ ରାସ୍ତାର ଚଢ଼େଇଧରା ଠାରୁ ରଗଡ଼ିପଶି ପର୍ଯ୍ୟନ୍ତ ଢ଼ଲେଇ ରାସ୍ତା ନିର୍ମାଣରେ ଚଞ୍ଚକତା କରି ଠିକାଦାର କାମ କରୁଥିବାର ଅଭିଯୋଗ ହେଉଥିବା ବେଳେ ମଙ୍ଗଳବାର ଗଡ଼ମଧୁପୁର ଗ୍ରାମ ଛକ ଠାରେ ଠିକାଦାରର ମନମୁଖି କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ ହୋଇଥିଲା । ସୋମବାର ରାତିରେ ହୋଇଥିବା କାମ ନିମ୍ନ ମାନର ହୋଇଥିବା କାରଣରୁ କାମ ଆଉଥରେ କରିବାକୁ ସେମାନେ ଅଡି ବସିଥିଲେ । ହୋଇଥିବା କାମକୁ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଦେଖିଲା ପରେ କାମ କରିବାକୁ ସେମାନେ ଦାବି କରି ଅଧିକାରୀ ମାନଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ବିଭାଗୀୟ ଅଧିକାରୀ ନଆସିବାରୁ ସେମାନେ ସ୍ଥାନ ଛାଡି ଯାଇନଥିଲେ । ଯାହାକୁ ନେଇ ଠିକାଦାରଙ୍କ କିଛି ସମର୍ଥକ ଓ କାମକୁ ପୁନର୍ବାର କରିବାକୁ ଦାବି କରୁଥିବା ଗୋଷ୍ଠିଙ୍କ ମଧ୍ୟରେ ବଚସା ହୋଇଥିଲା । ବିଭାଗୀୟ ଅଧିକାରୀ କାମ ଠିକ ହୋଇଥିବା କହିବା ସହିତ କିଛି ମିଟର କାମ ଖରାପ ହୋଇଥିବାରୁ ଆଉ ଥରେ ସେ କାମ କରିବାକୁ ଠିକାଦାରକୁ ନିଦେ୍ର୍ଦଶ ଦେଇଦେଇଥିବା କହିଛନ୍ତି । ଠିକାଦାରଙ୍କ ପାଇଁ ଆଜି ଗାଁ ର ଲୋକମାନଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ଦେଖାଯାଉ ଥିବାରୁ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।