କୁକର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

 ଯାଜପୁର ଟାଉନ : ଜନୈକା ୧୩ ବର୍ଷୀୟା ନାବାଳିକା ବଳାକ୍ରାରୀକୁ ଅତିରିକ୍ତ ଜିଲା ଦୌରାଜଜ୍ (ଆଡହକ୍) ତଥା ସ୍ୱତନ୍ତ୍ର ପୋକ୍ସୋ ବି·ରପତି ଶରତ କୁମାର ଦେହୁରୀ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିବରଣୀରୁ ପ୍ରକାଶ, ଗତ ୨୦୨୪ ମସିହା ଅଗଷ୍ଟ ମାସ ୧୯ତାରିଖରେ ଟମକା ଥାନା ଅନ୍ତର୍ଗତ ଚିତିରି ନୂଆଗାଁ ଅଂଚଳର ଉତମ ସିଂହ ରାତିରେ ଜନୈକ ଘରର ଅର୍ଦ୍ଧ ନିର୍ମିତ କାନ୍ଥକୁ ଭାଙ୍ଗି ନାବାଳିକା ଶୋଇଥିବା ଘରେ ପଶି ବଳାକ୍ରାର କରିଥିଲା । ଅନ୍ୟ କୋଠରୀରେ ନାବାଳିକାର ମା’ ଓ ବଡ଼ ଭଉଣୀ ଶୋଇଥିଲେ ମଧ୍ୟ କିଛି ଜାଣିବାକୁ ପାଇନଥିଲେ । ଅଭିଯୁକ୍ତ ନାବାଳିକାକୁ ବଳାକ୍ରାର କରି ଯିିବା ସମୟରେ ନାବାଳିକା ଜଣକ ଚିକ୍ରାର କରିବାରୁ ମା’ ଓ ବଡ଼ ଭଉଣୀ ଉଠି ଆସିବା ବେଳକୁ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା । ବଳାକôାର ସଂପର୍କରେ ନାବାଳିକା ଜଣକ ତା’ର ମା ପାଖରେ ଜଣାଇବାରୁ ୨୦ତାରିଖ ଦିନ ଟମକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି ଟମକା ପୁଲିସ ୧୬୬/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉତମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଉକ୍ତ ମାମଲାର ଚୂଡ଼ାନ୍ତ ଶୁଣାଣି କରି ବି·ରପତି ୯ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭତି କରି ଅଭିଯୁକ୍ତ ଉତମକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ, ୨୦ହଜାର ଟଙ୍କା ଜରିମାନା ଶୁଣାଣି କରିଥିଲେ । ଅର୍ଥ ଅନାଦେୟ ୨ବର୍ଷ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଶୁଣାଇଛନ୍ତି । ଏଥିସହିତ ପୀଡ଼ିତାକୁ ୭ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ଦେଇଛନ୍ତି । ବଳାକ୍ରାର ମାମଲାରେ ଗିରଫ ହୋଇ ଉତମ ସିଂହ ବିଚାର ଶେଷ ପର୍ଯ୍ୟନ୍ତ କାରାଗାର ବିଚାରଧିନ କଏଦୀ ଭାବେ ରହିଥିଲେ । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରୁଥିଲେ ।