ବାରବାଟୀ ବ୍ୟାଟେଲ ଟିକେଟ୍ ପାଇଁ ଠେଲାପେଲା : ଭିଡ ଯୁବକ ବେହୋସ

ବାରବାଟୀ ବ୍ୟାଟେଲ ଟିକେଟ୍ ପାଇଁ ଠେଲାପେଲା : ଭିଡ ଯୁବକ ବେହୋସ

ଟିକେଟ୍ ପାଇଁ ଠେଲାପେଲା। ବାରବାଟୀରେ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଖୋଲିବା ପରେ ପ୍ରବଳ ଠେଲପେଲା ଦେଖିବାକୁ ମିଳିଛି। କ୍ରିକେଟ୍ କ୍ରେଜ ଟିକେଟ୍ ବିକ୍ରି ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ସେପଟେ ଭିଡ଼ ପାଇଁ ଜଣେ ଯୁବକ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଟିକେଟ୍ ପାଇଁ ଲାଇନ୍ ଲଗାଇଥିବା ଜଣେ ଯୁବକ ଅଚେତ ହୋଇ ପଡିଛନ୍ତି। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ। ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି।