ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶବାସୀଙ୍କୁ ପ୍ରେରିତ କରିଛି
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପୁରୀ ଗସ୍ତ କାଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୩ତମ ଅଧ୍ୟାୟ ଶୁଣିଛନ୍ତି । ପ୍ରଧାନମନ୍ତ୍ରୀ ପୃଷ୍ଟିସାଧନ ଉପରେ ଚର୍ଚ୍ଚା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତକୁ ଅପପୁଷ୍ଟି କବଳରୁ ମୁକ୍ତ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଭୂମିକା, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଯୁବପିଢିଙ୍କ ସଫଳତାର କାହାଣୀ ଉପରେ ବାର୍ତ୍ତା ଓଡ଼ିଶା ସମେତ ଦେଶବାସୀଙ୍କୁ ପ୍ରେରିତ କରିଛି । ମନ୍ କୀ ବାତରେ ବିଶ୍ୱ ସଂସ୍କୃତ ଦିବସର ଉଲ୍ଲେଖ କରି ଦେବ ଭାଷା ସଂସ୍କୃତର ଉତ୍ଥାନ ମୋଦୀ ୩.୦ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସେହିପରି ପିଲାମାନଙ୍କ ପୁଷ୍ଟିସାଧନ ଉପରେ ଭାରତ ସରକାର ଦେଉଥିବା ପ୍ରାଥମିକତା ଉପରେ ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତରେ ଆଲୋକପାତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । କୁପୋଷଣକୁ ହ୍ରାସ କରିବା ପାଇଁ ପୋଷଣ ଅଭିଯାନ ଭାରତ ସରକାରଙ୍କ ମହତ୍ୱକାଂକ୍ଷୀ ପଦକ୍ଷେପ । ଗତବର୍ଷ ପୋଷଣ ଅଭିଯାନକୁ ନୂଆ ଶିକ୍ଷା ନୀତି ସହ ଯୋଡାଯାଇଛି । ‘ପୋଷଣ ଭି, ପଢାଇ ଭି’ ଅଭିଯାନ ଦ୍ୱାରା ପିଲାମାନଙ୍କ ସନ୍ତୁଳିତ ବିକାଶ ଉପରେ ପ୍ରାଥମିକତା ଦିଆଯାଉଛି । ସମସ୍ତେ ନିଜ ଅଞ୍ଚଳରେ ପୋଷଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ହେଉଥିବା ଅଭିଯାନରେ ନିଜକୁ ସାମିଲ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।