ମେଡିସିନ ଦୋକାନରୁ ବାରହା ଉଦ୍ଧାର
କେନ୍ଦୁଝର : କେନ୍ଦୁଝର ସହରରେ ହଠାତ୍ ଏକ ଭାଲୁ ପଶି ଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଭାଲୁଟି କ୍ଷତାକ୍ତ ଅବସ୍ଥାରେ ଜିଲ୍ଲା ଜଜ୍ କୋର୍ଟ ନିକଟ ମାର୍କେଟ କଂପ୍ଲେକ୍ସ ରେ ସକାଳ ୯ଟାରେ ଆପୋଲୋ ମେଡିସିନ ଦୋକାନ ଭିତରେ ପଶି ଯାଇଥିଲା । ଭୟଭୀତ ଅବସ୍ଥାରେ ଦୋକାନରେ ଥିବା ୩ ଜଣ ଫାର୍ମାସିଷ୍ଟ ଦେବାଶିଷ ମହାନ୍ତ, ଜିତେନ୍ଦ୍ର ମହାନ୍ତ, ଶାନ୍ତିସ୍ୱରୂପ ଦାସ ପଦାକୁ ପଳାଇ ଆସି ସଟର ପକାଇ ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗ କର୍ମଚାରୀ ବନ୍ୟପ୍ରାଣୀ ଉଦ୍ଧାର ଗାଡି(ରକ୍ଷକ) ଗାଡି ଆଣି କ୍ଷତାକ୍ତ ବାରହାକୁ ସୁରକ୍ଷିତ ଉଦ୍ଧାର କରି ପୁରୁଣାସହର ପଶୁ ଚିକିସôାଳୟୁ ନେଇଥିଲେ । ମାଈ ବାରହାର ବୟସ ୩ ବର୍ଷ ବୋଲି ଜଣାପଡିଛି । ଏସିଏଫ୍ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସଦର ରେଞ୍ଜର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ବାରହା୍ ଉଦ୍ଧାର କାର୍ଯ୍ୟ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ବାର୍ହା ଟି କେଉଁ ଜଙ୍ଗଲ ରୁ ଆସିଛି ଜଣା ପଡିନଥିଲେ ମଧ୍ୟ କୋଡିପଶା ବାରାସ ଡିପିଏଫ୍ ଜଙ୍ଗଲରୁ ଆସିଥିବା ସନେ୍ଦହ କରାଯାଉଛି । ଚିକିସôା ପରେ ବାର୍ହାକୁ ସିଦ୍ଧମଠ ଡିପିଏଫ୍ରେ ଛାଡି ଦିଆଯାଇଛି । ବ୍ୟାପକ ଜଙ୍ଗଲ କ୍ଷୟ,ଖାଦ୍ୟ ଅଭାବ ଏବଂ ଜଙ୍ଗଲରେ ଜଳ ସଙ୍କଟ କାରଣରୁ ବାରହା ଜନବସତି ଆଡକୁ ଚାଲି ଆସିଥିବା ଆଶଙ୍କା କରାଯାଉଛି । ଏଣୁ କେନ୍ଦୁଝର ସହରକୁ ଚାଲି ଆସି ଲୋକଙ୍କ ଆକ୍ରୋଶର ଶୀକାର ହୋଇ ମୁହଁରେ ଗଭିର ଆଘାତ ବାଜିଥିବା ସନେ୍ଦହ ହେଉଛି ।