ନୂତନ ବିଡ଼ିଓଙ୍କ ଯୋଗଦାନ
ଦଶରଥିପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ବ୍ଲକ କାର୍ଯ୍ୟାଳୟରେ କମ୍ ସମୟ ଦେବା ସହ ପ୍ରତିଦିନ ପ୍ରତି ପଞ୍ଚାୟତକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରତି ସୋମବାର ଅଭିଯୋଗ ଶୁଣାଣି ପାଇଁ ରହିବ ବୋଲି ନୂତନ ବିଡ଼ିଓ ପ୍ରକାଶ କରିଛନ୍ତି । ଆଦିବାସୀ ମାନଙ୍କର ମୌଳିକ ଅଧିକାର ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ନୂତନ ବିଡ଼ିଓଙ୍କୁ ସ୍ୱାଗତ ଜଣାଇଥିଲେ ।