ଦୁବାଇରେ ପଡିଛି ଦାଦନ ଶ୍ରମିକଙ୍କ ଶବ

 ରାଜନଗର : ରୋଜଗାର କଲେ ପରିବାର ଚଳିବ । ସେ ରାଜ୍ୟ ହେଉ, ରାଜ୍ୟ ବହାର ହେଉ କି ସାତ ସମୁଦ୍ର ପାର ହେଉ କିନ୍ତୁ ରୋଜଗାର କରିବାକୁ ପଡିବ । ଏଇ ରୋଜଗାର କରିବାକୁ ଜାଇ କେବେ ସେ ନିଜେ କେବେ ଶବ ହେଇଯାଉଛନ୍ତି କହି ଜାଣି ପାରୁ ନାହାନ୍ତି । ଏମିତି ଏକ ଘଟଣା ଘଟିଛି ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତ କାନଫୁଲିଆ ଗ୍ରାମର ଦିବାକର ପରିଡାଙ୍କ ସାନପୁଅ ରାଜେଶକୁମାର ପରିଡା (୩୩) ଦୁବାଇରେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫେବୃୟାରୀ ମାସ ୨୦ତାରିଖରେ ଯାଇଥିଲେ । ମାର୍ଚ୍ଚମାସ ୫ତାରିଖଠାରୁ ସେଠାରୁ ନିଖୋଜ ହୋଇଯାଇଥିଲେ । ସେ ରହୁଥିବା କ୍ୟାମ୍ପସ ମଧ୍ୟରେ ସ୍ଥାନୀୟ ପ୍ରବାସୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ସେମାନେ ଖବର ପାଇଲେ ଯେ, ଦୁବାଇର ଦେଇରା ଥାନାରେ ତାର ଶବ ରହିଛି । ଏଘଟଣା ଜଣାପଡିବା ପରେ ପରିବାରରେ କାନ୍ଦବୋବାଳି ଲାଗି ରହିଛି । 
ଅଭାବୀ ପରିବାର ପୁଅର ଶବକୁ କିପରି ପାଇବ ସେ ଚିନ୍ତାରେ ଘାରିଛି । ଉଭୟେ ପିତା ଦିବାକର ପରିଡା ଓ ମାତା ସଂଯୁକ୍ତା ପରିଡା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଲିଖିତ ଭାବେ ଆବେଦନ କରିଛନ୍ତି । ଏହା ସହିତ କେନ୍ଦ୍ରାପଡା ସାଂସଦ ବୈ÷ଜୟନ୍ତ ପଣ୍ଡା କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଆବେଦନର ନକଲ ପଠାଇଥିବା ଜଣାପଡିଛି । ମୃତ ରାଜେଶ ତା୨୦.୨.୨୦୨୫ ତାରିଖରେ ଦୁବାଇର ୟୁନାଇଟେଡ ମାଷ୍ଟର୍ସ ଇଲେକ୍ଟୋ୍ର ମେକାନିକାଲ ଏଲ୍ଏଲ୍ସିରେ କାମ କରୁଥିଲେ । ଏହାପୂର୍ବରୁ ତା ୨୩.୧୨.୨୦୨୩ରିଖରେ ସେ ଦୁବାଇର ଆଲମଣ୍ଡ ଇଲେକ୍ଟ୍ରୋ ମେକାନିକାଲ କମ୍ପାନୀରେ କାମ କରୁଥିଲେ । ଏହି କମ୍ପାନୀରେ କାମ ଛାଡି ଦୁବାଇର ୟୁନାଇଟେଡ ମାଷ୍ଟର୍ସ ଇଲେକ୍ଟ୍ରୋ ମେକାନିକାଲ ଏଲ୍ଏଲ୍ସିରେ ଯୋଗଦେଇଥିଲେ । ପରିବାର ଲୋକେ ସରକାରଙ୍କ ସହାୟତାରେ ପୁଅର ଶବ ଫେରିବାକୁ ଚାହିଁ ରହିଛନ୍ତି ।