ନିର୍ବାଚନ ପ୍ରସ୍ତୁତି ସମୀକ୍ଷା 

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରି·ଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ନିମନ୍ତେ ତିନି ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗଦେଇଛନ୍ତି । ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେତ୍ରପାଲ୍ ଏମ୍ଏସ, ପାରାଦ୍ୀପ ବିଧାନସଭା ନିର୍ବାଚନମଣ୍ଡଳୀ, ବାଲିକୁଦା -ଏରସମା ବିଧାନସଭା ର୍ନିବାଚନ ମଣ୍ଡଳୀ ଓ ଜଗତସିଂହପୁର  ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଶିଷ ଚନ୍ଦ୍ରା, ତିର୍ତ୍ତୋଲ ବିଧାନସଭା ସରୋଜ କୁମାର ଯୋଗଦେଇଛନ୍ତି । ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ, ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର୍ଙ୍କ ଉପସ୍ଥିତିରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଜଗତସିଂହପୁର, ବାଲିକୁଦା-ଏରସମା ଓ ପାରାଦ୍ୀପ ବିଧାନସଭା  ମଣ୍ଡଳୀର  ଦୁଇ ପର୍ଯ୍ୟବେକ୍ଷକ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ସମୀକ୍ଷା କରିଥିଲେ । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅନିୟମିତତା ନଜରକୁ ଆସିଲେ ଜନସାଧାରଣ ବା ପ୍ରାର୍ଥୀ ସିଧାସଳଖ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ନିକଟରେ ଅଭିଯୋଗ କରିପାରିବେ । ଏହି ସମୀକ୍ଷା ବୈଠକରେ ପ୍ରଥମେ ଜିଲ୍ଲାପାଳ ଶ୍ରୀ ସାହା ଜିଲ୍ଲା ର ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ବିଷୟରେ ପର୍ଯ୍ୟବେକ୍ଷକ ମାନଙ୍କୁ ଅବଗତ କରାଇଥିଲେ । ପରେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ତଥା ନୋଡାଲ ଅଧିକାରୀ  ଏମ. ସି ସି ରବିନାରାୟଣ ଜେଠୀ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ପ୍ରମୁଖ  ଉପସ୍ଥିତ ଥିଲେ ।