କିଶୋରଚନ୍ଦ୍ର ପଲ୍ଲୀକୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା

ଆସିକା : ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଧାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱମନ୍ତ୍ରୀ ନିକଟରେ ଅଞ୍ଚଳର ଦାବି ଉପସ୍ଥାପନ କରିବା ପରେ ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତର କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମକୁ ପୂର୍ଣ୍ଣ ମାତ୍ରାରେ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି । ଏଥିସହିତ ଆସିକା ତହସିଲଦାର ସଂଗୀତା ସେନ ଏବଂ ତାଙ୍କ ସମସ୍ତ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ଗୋଟିଏ ପଡା ଗ୍ରାମରେ ଲାଗି ରହିଥିବା ଦୀର୍ଘ ବର୍ଷର ବହୁ ବିଧ ଅସୁବିଧାର ସମାଧାନ କରିଛନ୍ତି । ଏହି ଗ୍ରାମଟି ପୂର୍ବରୁ ସାହସପୁର ଅଧୀନରେ ଆସୁଥିଲା । ଭୁଲେଖରେ ଏହାର ମାନଚିତ୍ର, ଆର ଓ ଆର, ଏସବୁ ନଥିଲା । ଗତକାଲି ଆଗ୍ରହୀ ଯୁବ ତହସିଲଦାର ସଂଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ସୌଦାଗର ବେହେରା, ବରିଷ୍ଠ କିରାଣୀ କିରଣ ପାଢ଼ୀ, ନାଜିର ଜ୍ଞାନ ଛାନ୍ଦ ମହାନ୍ତି, ସୁପରଭାଇଜର ବିଶ୍ୱନାଥ ଲେଙ୍କା, ସୁନୀଲ ମହାରଣା, ଦାୟିତ୍ୱ ରେ ଥିବା ରାଜସ୍ୱ ନିରୀକ୍ଷକ ରାଜେନ୍ଦ୍ର ପାତ୍ର ପ୍ରମୁଖ ଦିନ ରାତି କାମରେ ଲାଗି ପଡ଼ି ସୀମା ପରିବର୍ତ୍ତନ ବିବରଣୀ, ଗ୍ରାମର ମ୍ୟାପ ଠାରୁ ଆରମ୍ଭ କରି, ଭୁ ନସ୍କାରେ ଅନଲାଇନରେ ଗ୍ରାମ ନାମରେ ସମସ୍ତ ପଟ୍ଟା ଉପଲବ୍ଧ ହେବା, କାର୍ଯ୍ୟ ଶେଷ କରିଛନ୍ତି । ଆଜିଠାରୁ କିଶୋରଚନ୍ଦ୍ର ପଲ୍ଲୀନିଜ ଗ୍ରାମବାସୀମାନେ ରାଜସ୍ୱ ଗ୍ରାମର ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି କୁହାଯାଉଛି ।  ପ୍ରକାଶଥାଉକି, ଆସିକା ତହସିଲରେ ଆଜି ସୁଦ୍ଧା ୧୧୪ ଗୋଟି ଗ୍ରାମ ରାଜସ୍ୱ ଗ୍ରାମର ଏବଂ ୨୦ ଗୋଟି ପଡାଗ୍ରାମ ରହିଛି ବୋଲି ତଥ୍ୟ ହସ୍ତଗତ ହୋଇଛି । ଦୀର୍ଘ ବର୍ଷ ପରେ ରାଜସ୍ୱ ଗ୍ରାମ ମାନ୍ୟତା ମିଳିଥିବାରୁ  ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଏବଂ  ତହସିଲଦାର ସଂଗୀତା ସେଣଙ୍କ ଉଦ୍ୟମକୁ ଯୁବ ଆଇନଜୀବୀ ଖୋକନ ରାଓ, କିଶୋରଚନ୍ଦ୍ର ପଲ୍ଲୀ ଏବଂ ଗ୍ରାମବାସୀମାନେ ଭୁୟସୀ ପ୍ରଶଂସା କରିଛନ୍ତି ।