ନରସିଂହପୁର ବିଦ୍ୟାଳୟର ବାର୍ଷିକୋତ୍ସବ
ନୀଳଗିରି: ଔପଦା ବ୍ଲକ ଅଧିନସ୍ଥ ଦକ୍ଷିଣ ନରସିଂହପୁର ପଞ୍ଚାୟତ ପ୍ରତାପପଡା କ୍ଲଷ୍ଟର ଅଧିନସ୍ଥ ଦକ୍ଷିଣ ନରସିଂହପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉସôବ ପାଳନ ହେବା ସହିତ ପୁରସ୍କାର ବିତରଣ ମଧ୍ୟ କରାଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକଉସôବରେ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର କୁମାର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉସôବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ଜେନା, ମୁଖ୍ୟ ବକ୍ତା ଏଫଏମ କଲେଜର ପ୍ରାଧ୍ୟାପକ ଡକ୍ଟର ଅଭିଜିତ ଦାସ, ସମ୍ମାନିତ ଅତିଥି ଭାବେ ସିଆରସିସି ବିଜୟ କୁମାର ବେହେରା, ପୂର୍ବତନ ସିଆରସିସି ଈଶ୍ୱର ଚନ୍ଦ୍ର ରଥ, ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ମନସ୍ୱିନୀ ବେହେରା ମଞ୍ଚାସୀନ ରହି ଉପସ୍ଥିତ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ସହକାରୀ ଶିକ୍ଷକ ମାନସ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରତିରଞ୍ଜନ ମହାରଣା, ନିରୁପମା ରାଉତ, ରେବତୀ ପୁହାଣ, କମିଟି ସଦସ୍ୟ ଚନ୍ଦ୍ରକାନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ "ସରଗ ଶଶୀ’ ମଞ୍ଚସ୍ଥ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।